Latest Odisha News

BREAKING NEWS

ରାସ୍ତା ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ । ନୂଆପଡ଼ା ଗାଁର ସାହିତ୍ୟିକ ତ୍ରିଲୋଚନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସାଇକେଲରେ ଯାଉଥିବା ବେଳେ ପାଲଲହଡା ଖମାର କଲେଜ ନକିଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସାହିତ୍ୟିକ ତ୍ରିଲୋଚନ ପ୍ରଧାନ ଜଣେ ଅବସରପ୍ରାନ୍ତ ଶିକ୍ଷକ । ଗାନ୍ଧି ଜୟନ୍ତୀ ଅବସରରେ ଏକ ସାହିତ୍ୟ ସମାବେଶ କରିବା ଉଦ୍ଦେଶ୍ୟରେ ବାହାରିଥିବା ବେଳେ ଏହି ଅଘଟଣ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁୁ ୭୫ ବର୍ଷ ବୟସ ହୋଇଥିଲା । ସେ ଏକାଧାରରେ ଜଣେ ବର୍ଷୀୟାନ୍ କବି ତଥା ସାହିତ୍ୟିିକ ଭାବେ ଜଣାଶୁଣା ।

ଜଣେ ଲେଖକ ଭାବେ ବିଭିନ୍ନ ସ୍ଥାନରୁ ସମ୍ମାନୀତ ହୋଇଛନ୍ତି । ତାଙ୍କର ପୁସ୍ତକ କାରଗିଲ ବୀର ତାଙ୍କୁ ଅନେକ ସମ୍ମାନ ଦେଇଛି । ପୁସ୍ତକ ନେଇ ବେଶ୍ ଚର୍ଚ୍ଚା ସାଉଁଟିଥିଲେ ସାହିତ୍ୟିକ । ସାହିତ୍ୟିକଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.