Latest Odisha News

BREAKING NEWS

ପ୍ରଶଂସକଙ୍କ ହାତରେ ତମନ୍ନାଙ୍କ ଟାଟୁ, ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: କିଛିଦିନ ହେଲା ଅଭିନେତ୍ରୀ ତମନ୍ନା ଭାଟିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ସେବେଠାରୁ ଉଭୟଙ୍କୁ ନେଇ ବଲିଉଡ଼ରେ ଖୁବ୍ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ସୋମବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ତାଙ୍କର ଜଣେ ପ୍ରଶଂସକଙ୍କଠାରୁ ଏକ ସରପ୍ରାଇଜ ମିଳିଥିଲା । ଯାହାକୁ ଦେଖି ତମନ୍ନା ଭାବବିହ୍ୱଳ ହୋଇପଡ଼ିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସୋମବାର ଅଭିନେତ୍ରୀ ତମନ୍ନା କୌଣସି ଏକ ସ୍ଥାନକୁ ଯିବା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ôଚଥିଲେ ।
ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ଏକ ଫୁଲତୋଡା ଧରି ତାଙ୍କ ପାଖକୁ ଆସିଥିଲେ । ଫୁଲତୋଡ଼ାକୁ ତମନ୍ନାଙ୍କୁ ଦେବା ସହ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ । କେବଳ ସେତିକି ନୁହେଁ, ପ୍ରଶଂସକ ତାଙ୍କ ହାତରେ ତମନ୍ନାଙ୍କ ଟାଟୁ କରିଥିବା ଦେଖାଇଥିଲେ । ଆଉ ସେଥିରେ ଲେଖିଥିଲେ ‘ଆଇ ଲଭ ୟୁ ତମନ୍ନା’ । ଏହାକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଅଭିନେତ୍ରୀ ତମନ୍ନା । ପରେ ପ୍ରଶଂସକଙ୍କୁ କୁଣ୍ଡାଇ ପକାଇଥିଲେ ସେ । ତାଙ୍କୁ ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।

ତମନ୍ନା ଏବେ ‘ଲଷ୍ଟ ଷ୍ଟୋରିଜ ୨’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ତାଙ୍କର ବିଜୟ ବର୍ମାଙ୍କ ସହ ପ୍ରଥମ ପ୍ରୋଜେକ୍ଟ ।

Comments are closed.