ଓଡ଼ିଶା ସମ୍ବାଦ ବ୍ୟୁରୋ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍ ବାଲାଜୀ ଗିରଫ। ମଙ୍ଗଳବାର ରାତିରେ ମନ୍ତ୍ରୀଙ୍କୁ ଗିରଫ କରିଛି‘ଇଡି’। ଦିନରେ ବାଲାଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଘର ତଲାସ କରିବା ପରେ ମଧ୍ୟରାତ୍ରରେ ‘ଡିଏମ୍କେ’ ନେତା ଭି. ସେନ୍ଥିଲ୍ ବାଲାଜୀଙ୍କୁ ଜେରା କରିବା ପାଇଁ ହାଜତକୁ ନେବା ବେଳେ ସେ କାନ୍ଦି ପକାଇଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତାଙ୍କୁ ହାଜତକୁ ନେବା ବେଳେ ଛାତିରେ ଯନ୍ତ୍ରଣା ହେଉଛି କହିଥିବାରୁ ରାତାରାତି ତାଙ୍କୁ ଚେନ୍ନାଇସ୍ଥିତ ଓମାନ୍ଦୁରାର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ଭର୍ତ୍ତି କରାଯାଇଥିବା କଥା ‘ଡିଏମ୍କେ’ ନେତାମାନେ କହିଛନ୍ତି। ମନ୍ତ୍ରୀଙ୍କୁ ଡାକ୍ତରଖାନା ନେଉଥିବା ବେଳେ କାର୍ ଭିତରେ ଶୋଇ ଯନ୍ତ୍ରଣାରେ କାନ୍ଦୁଥିଲେ। ଏହାକୁ ନେଇ ଘୋର ବିରୋଧ କରିଥିଲେ ମନ୍ତ୍ରୀଙ୍କ ସମର୍ଥକମାନେ।
ସେପଟେ ସେନ୍ଥିଲ୍ ବାଲାଜୀଙ୍କ ଓକିଲ ତଥା ଡିଏମ୍କେ ନେତା ଏନ୍ଆର୍ ଏଲାଙ୍ଗୋ କହିଛନ୍ତି, ସେନ୍ଥିଲ୍ ବାଲାଜୀଙ୍କୁ ଉଠାଇ ନେଇଥିବା ଇଡି ତାଙ୍କୁ ଓମାନ୍ଦୁରାର୍ ସରକାରୀ ଡାକ୍ତରଖାନାକୁ ଆଣିଛି। ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ସେ ଅଚେତ ହୋଇପଡ଼ିଥିଲେ। ଏହା ସମ୍ପୂର୍ଣ୍ଣ ବେଆଇନ ଓ ଅସାମ୍ବିଧାନିକ ଗିରଫଦାରି। ଆମେ ଆଇନଗତ ଭାବେ ଏହି ଗିରଫଦାରି ବିରୋଧରେ ଲଢ଼ିବୁ।
#WATCH | It is a complete drama by DMK…ED called Senthil Balaji for interrogation, he is a minister, and it's his duty to cooperate with the investigation…I demand CM MK Stalin to dismiss Senthil Balaji from his ministry immediately and ask him to cooperate with the probe":… https://t.co/Oe4crk8Ota pic.twitter.com/06nDPjFhWF
— ANI (@ANI) June 14, 2023
ଅନ୍ୟପଟେ ଘଟଣାକୁ ନିନ୍ଦା କରିଛନ୍ତି ତାମିଲନାଡୁ ବିଜେପି ଉପାଧ୍ୟକ୍ଷ ନାରାୟଣ ଥିରୁପଥୀ। ସେ କହିଛନ୍ତି ଏହା ଡିଏମକେ ପକ୍ଷରୁ ସମ୍ପୂର୍ଣ୍ଣ ନାଟକ। ନେତା ଭି. ସେନ୍ଥିଲ୍ ବାଲାଜୀ ଜଣେ ମନ୍ତ୍ରୀ ଏବଂ ଇଡି ତଦନ୍ତ ବେଳେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ। ନାରାୟଣ ଥିରୁପଥୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କୁ ଦାବି କରିଛନ୍ତି ଯେ ଭି. ସେନ୍ଥିଲ୍ ବାଲାଜୀଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରି ତଦନ୍ତ ଆରମ୍ଭ କରନ୍ତୁ । ସେପଟେ ସେନ୍ଥିଲ୍ ବାଲାଜୀଙ୍କ ଗିରଫଦାରି ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ତାଙ୍କ ବାସଭବନରେ ବରିଷ୍ଠ ମନ୍ତ୍ରୀ ଓ ଆଇନଗତ ପରାମର୍ଶଦାତା ଟିମ୍ଙ୍କ ସହିତ ବୈଠକ କରିଛନ୍ତି।
Comments are closed.