Latest Odisha News

BREAKING NEWS

ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ବିଶେଷ୍ୟର ଅର୍ଥ ନାମ । ଏହା ନାମବାଚକ ଶବ୍ଦ । ବ୍ୟକ୍ତି-ବସ୍ତୁ ଆଦିର ସଂଜ୍ଞା ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷ୍ୟକୁ ବ୍ୟବହାର କରାଯାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର ବୋଧ ଜନ୍ମେ ଏବଂ ବସ୍ତୁ, ବ୍ୟକ୍ତି, ଜାତି, ଗୁଣ ଓ କ୍ରିୟା ଭେଦରେ ବିଶେଷ୍ୟ ପାଞ୍ଚପ୍ରକାର” (ପଞ୍ଚମଖଣ୍ଡ, ପୃ. ୫୭୪୬)

ବାକ୍ୟରେ ବିଶେଷ୍ୟ ପଦ କାରକ ସଂପର୍କିତ ସ୍ଥାନରେ ବ୍ୟବହାର କରାଯାଏ ଏବଂ ତାହା କାରକ ସୂଚାଉଥିବା ବିଭକ୍ତିଗୁଡ଼ିକ ଦ୍ୱାରା ଯୋଗ କରାଯାଏ । ଯେଉଁ ବିଶେଷ୍ୟପଦ କୌଣସି ବ୍ୟକ୍ତି, ସ୍ଥାନ, ନଦୀ, ପାହାଡ଼, ଦେଶ ଆଦିର ନାମକୁ ବୁଝାଇଥାଏ, ତାହା ବ୍ୟକ୍ତିବାଚକ ବିଶେଷ୍ୟ । ଯେଉଁ ବିଶେଷ୍ୟ ପଦ କୌଣସି ଜାତି ବା ଶ୍ରେଣୀକୁ ବୁଝାଇଥାଏ । ତାହା ଜାତିବାଚକ ବିଶେଷ୍ୟ । ସେହିଭଳି ଯେଉଁ ବିଶେଷ୍ୟପଦ କୌଣସି
ବସ୍ତୁ ବା ପଦାର୍ଥର ନାମକୁ ବୁଝାଇଥାଏ, ତାହା ବସ୍ତୁବାଚକ ବିଶେଷ୍ୟ । ଯେଉଁ ବିଶେଷ୍ୟପଦ କୌଣସି ଗୁଣ ବା ଅବସ୍ଥାକୁ ବୁଝାଇ ଥାଏ ତାହା ଗୁଣବାଚକ ବିଶେଷ୍ୟ ଏବଂ ଯେଉଁ ବିଶେଷ୍ୟପଦ କୌଣସି କ୍ରିୟାର ନାମକୁ ବୁଝାଇଥାଏ, ତାହା କ୍ରିୟାବାଚକ ବିଶେଷ୍ୟ । ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ – ଆଶୁତୋଷ, ଭାଗବତ, ଗୋଦାବରୀ, ବରୁଣେଇ, ରାମକୃଷ୍ଣ , ଗୋଦାବରୀଶ, ଦେବଶ୍ରୀ, ଆକାଂକ୍ଷା, ରଂଜନା, ଗଙ୍ଗା, ଭୂମଧ୍ୟ ସାଗର, ମହାତ୍ମାଗାନ୍ଧି, ଦାମୋଦର, ହରି, ରାମ, ସଂଜୟ ।

ବସ୍ତୁବାଚକ ବିଶେଷ୍ୟ- ଚାଉଳ, ଲୁଣ, ମାଟି, ଗହମ, ସୁନା, ରୁପା, ତମ୍ବା, କଂସା, କ୍ଷୀର, ତେଲ, ଡିଜେଲ, ପେଟ୍ରୋଲ, କାଠ, ପଥର, କାଗଜ, ବାଲି, କୋଇଲା, କାଚ, ଚିନି, କଲମ, କାଳି ।

ଗୁଣବାଚକ ବିଶେଷ୍ୟ- ଶ୍ରଦ୍ଧା, ସାଧୁତା, ଦୈନ୍ୟ, କପଟତା, ସୌନ୍ଦର୍ଯ୍ୟ, ଉତ୍ସାହ, ପାଣ୍ଡିତ୍ୟ, ଧୈର୍ଯ୍ୟ, ନମ୍ରତା, ସହାନୁଭୂତି, ପ୍ରେମ, ସ୍ନେହ, ନିଷ୍ଠୁରତା, ଦାରିଦ୍ର‌୍ୟ, ଭୀରୁତା, ଅସୁସ୍ଥତା, କ୍ଷମା, କ୍ରୋଧ, ଅହଙ୍କାର, ସରଳତା, ସେବା, ଶୈଶବ, ବନ୍ଧୁତା, ଭକ୍ତି, ଗର୍ବ ।

କ୍ରିୟାବାଚକ ବିଶେଷ୍ୟ – ଖାଇବା, ଶୋଇବା, ଚାଲିବା, ଚରିବା, ଭୋଜନ, ଶୟନ, ପଠନ, ଖନନ, ଦର୍ଶନ, ଲିଖନ, ଯିବା, ପଢ଼ିବା, ଲେଖିବା, ଦେବା, ଭ୍ରମଣ, ବିଶ୍ରାମ, ପ୍ରାପ୍ତି, ମୁକ୍ତି, ମାଜଣା, ବନ୍ଦାଣ, ଧାଇଁବା, ଭସାଣି, ମିଶାଣ, ରାନ୍ଧଣା, ପାନ, ଖାଇବା, ପିଇବା, ପହଁରିବା ।

କ) ବ୍ୟକ୍ତିବାଚକ ବା ସଂଜ୍ଞାବାଚକ

କୌଣସି ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ କରୁଥିବା ପଦକୁ ଆମେ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ କହିପାରିବା । ଏହି ଶ୍ରେଣୀର ବିଶେଷ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦେଶ, ସହର, ସ୍ଥାନ, ପ୍ରଦେଶ, ପଶୁ, ପକ୍ଷୀ, ଫୁଲ, ଫଳ, ପରିବା, ନଦୀ, ହ୍ରଦ, ସମୁଦ୍ରକୁ ବୁଝାଇଥାଏ । ଯେମିତିକି – ବ୍ୟକ୍ତି – ଆଦ୍ୟା, ଆୟୁଷ୍ମାନ, ରମେଶ, ଆଶିଷ, ଗୋପବନ୍ଧୁ, ମଧୁସୂଦନ, ଲିଲି, ମୋହନ, ବିନୋଦ, ସଂଜୟ ।

ଦେଶ – ଭାରତ, ଆମେରିକା, ଭୁଟାନ, ନେପାଳ, ଇଜିପ୍ଟ, ସୁଦାନ, ଶ୍ରୀଲଙ୍କା,

ଥାଇଲ୍ୟାଣ୍ଡ, ଫ୍ରାନ୍ସ, ମେକ୍ସିକୋ ।

ସହର – ନୂଆଦିଲ୍ଲୀ, କାଠମାଣ୍ଡୁ, ୱାଶିଂଟନ, କାଇରୋ, ତ୍ରିପୋଲି, କଲମ୍ବୋ,

ପ୍ୟାରିସ୍‌, ଲଣ୍ଡନ, ମସ୍କୋ, ମୁମ୍ବାଇ ।

ସ୍ଥାନ – ପୁରୀ, କୋଣାର୍କ, ଖଜୁରାହୋ, ମଥୁରା, ବନାରସ, ବରଗଡ଼, ସମ୍ବଲପୁର,

ଭବାନୀପାଟଣା, ତାଳଚେର, କାଶୀ ।

ପ୍ରଦେଶ – ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ,  ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ।

ସୂର୍ଯ୍ୟ, ସୌମ୍ୟା, ରବୀନ୍ଦ୍ର, ସୁଭାଗିନୀ, ଦୀପ୍ତି, କାଳିଦାସ, ଅଶୋକ, ଖାରବେଳ, ରଘୁନାଥ, ରେବତୀ ।

ଜାତିବାଚକ ବିଶେଷ୍ୟ – ଯୁବକ, ଯୁବତୀ, ମଣିଷ, ପରିବା, ମରୁଭୂମି, ନଦୀ, ହ୍ରଦ, ଗାଈ, ସହର, ପୁରୁଷ, ନାରୀ, ବିଦ୍ୟାର୍ଥୀ, ବହି, ଫୁଲ, ପାହାଡ଼, ମନ୍ଦିର, ଛାତ୍ର, ଛାତ୍ରୀ, ବିଦ୍ୟାଳୟ, ଖେଳାଳି, ମାଛ, ଡାଲି, ନାଚ, ସାଗର, ଜଙ୍ଗଲ, ସରୀସୃପ, କାଟ, ଗାଁ, ସହର

ପଶୁ – ବାଘ, ଭାଲୁ, ହାତୀ, ହରିଣ, ଗାଈ, ବିଲେଇ, କୁକୁର, ବିଲୁଆ, ସିଂହ, ଗୟଳ ।

ପକ୍ଷୀ – କାଉ, କୋଇଲି, ଶୁଆ, ପାରା, ବଗ, ଘରଚଟିଆ, ମୟୂର, ପେଚା, ହଂସ, ବଣି ।

ଫୁଲ – ଟଗର, ଗୋଲାପ, ମନ୍ଦାର, କନିଅର, ତମାଳ, ଜୁଇ, ତରାଟ, ସୁଗନ୍ଧରାଜ, ଗେଣ୍ଡୁ, ମଲ୍ଲୀ ।

ଫ ଳ – ଅଙ୍ଗୁର, କଦଳୀ, ସେଓ, ତରଭୁଜ, ନଡ଼ିଆ, ଆମ୍ବ, ସପୁରି, ଖଜୁରି, ପଣସ, ଡାଳିମ୍ବ ।

ଏସବୁ ଉଦାହରଣରୁ ସ୍ପଷ୍ଟ ହୁଏ ଯେ, ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ କରୁଥିବା ପଦ ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ ପଦବାଚ୍ୟ ।

Leave A Reply

Your email address will not be published.