ନୂଆଦିଲ୍ଲୀ: ଦେଶରେ ଆଉ ଜଣେ ଡେଲ୍ଟା ପ୍ଲସ୍ ରୋଗୀଙ୍କ ମୃତ୍ୟୁ। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲ୍ଟା ପ୍ଲସ୍ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଛି।
ମଦୁରାଇର ଜଣେ ବ୍ୟକ୍ତି ନୂଆ ଡେଲଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ରୋଗୀଙ୍କ ମୃତ୍ୟୁ ପରେ ନମୁନା ସଂଗ୍ରହ କରାଯାଇଥିଲା ପରେ ଏହା ‘ଡେଲଟା ପ୍ଲସ୍’ ବୋଲି ସ୍ପଷ୍ଟ ହୋଇଥିଲା।
ଶୁକ୍ରବାର ଦିନ କେନ୍ଦ୍ର ସୂଚନା ଦେଇଛି ଯେ ଦେଶରେ ଏପର୍ଯ୍ୟନ୍ତ ୪୫,୦୦୦ ନମୁନାରେ କରୋନାଭାଇରସର ନୂଆ ରୂପ ଅର୍ତାତ୍ ଡେଲଟା ପ୍ଲସ୍ ଭାରିଆଣ୍ଟର ୫୧ ଟି ମାମଲା ଚିହ୍ନଟ ହୋଇଛି।
Comments are closed.