Latest Odisha News

BREAKING NEWS

ତାମିଲନାଡୁର ସନ୍ଥ ରାମମନ୍ଦିରକୁ ଦାନ କଲେ ସୁନା ଓ ରୂପା ଇଟା

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜାରେ ଯୋଗ ଦେବା ପାଇଁ ତାମିଲନାଡୁର ସନ୍ଥ ସାଘରେ ଗୋଟିଏ ସୁନା ଓ ଗୋଟିଏ ରୂପା ଇଟା ଆଣିଛନ୍ତି । ଯେଉଁଥିରେ ତାମିଲରେ ଶ୍ରୀ ରାମ ବୋଲି ଖୋଦେଇ ହୋଇଛି । ଏହି ଦୁଇଟିକୁ ସେମାନେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଦାନ କରିଛନ୍ତି ।

ଏଏନଆଇକୁ ସନ୍ଥ ମନରଗୁଡି ଜିୟରସ୍ୱାମୀ କହିଛନ୍ତ ଯେ, ‘ଅଯୋଧ୍ୟାରେ ନିର୍ମାଣ ଆରମ୍ଭ ହେବାକୁ ଥିବା ରାମ ମନ୍ଦିର ପାଇଁ ଆମେ ଏହି ସୁନା ଓ ରୂପା ଇଟା ଆଣିଛୁ । ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦେଇଥିବା ଦାନରେ ଏହି ସୁନା ଓ ରୂପା ଇଟା ତିଆରି ହୋଇଛି । ଟ୍ରଷ୍ଟ ଉପରେ ନିର୍ଭର କରୁଛି ସେମାନେ ଏହି ଇଟାଗୁଡିକୁ କିପରି ବ୍ୟବହାର କରିବେ । ଆମ ଲକ୍ଷ୍ୟ ରାମ ମନ୍ଦିର ଯେମିତି ହେଲେ ନିର୍ମାଣ ହେଉ ।’

ସୁନା ଇଟାର ଓଜନ ପ୍ରାୟ ୫ କିଲୋଗ୍ରାମ । ସେହିପକି ରୂପା ଇଟାର ଓଜନ ପ୍ରାୟ ୨୦ କିଲୋଗ୍ରାମ । ତାମିଲନାଡୁର ବିଭିନ୍ନ ଜିଲ୍ଲାରୁ ଭୂମି ପୂଜାରେ ଯୋଗ ଦେବା ପାଇଁ ସାଧୁ ସନ୍ଥ ଆସିଛନ୍ତି ।

 

Leave A Reply

Your email address will not be published.