ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ?
ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ହେଲେ ଏଥିରେ ଅରାଜି ହୋଇ ଅନ୍ୟ ଉପାୟ ନ ପାଇ ଶେଷରେ ସେହି ମହିଳା ଜଣକ ନିଜ ସ୍ୱାମୀକୁ ହତ୍ୟା କରିଥିଲେ । ମୃତକଙ୍କ ପରିଚୟ ୩୪ ବର୍ଷୀୟ ଇଂଜିନିଅର ଇ.ସୁନ୍ଦର ଓରଫ ସୁଦିର ବୋଲି ଜଣାପଡିଛି ।
ରିପୋର୍ଟ ଅନୁଯାୟୀ ୮ବର୍ଷ ପୂର୍ବେ ସୁଦୀର, ଏସ୍ ଆରିଭୁସେଲ୍ଭମ୍ଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଏକ କନ୍ୟା ସନ୍ତାନ ବି ଅଛି । ଶୁକ୍ରବାର ଦିନ ସେହି ମହିଳା ଜଣକ ସୁଦିରଙ୍କୁ ଡାକ୍ତରଖାନା ନେଇଥିଲେ । ତେବେ ଶାରିରୀକ ଯାଂଚରୁ ସୁଦିରଙ୍କ ଗୁପ୍ତାଙ୍ଗରେ କ୍ଷତ ହୋଇଥିବା ଜଣାପଡିଥିଲା । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଛାନଭିନ୍ ଆରମ୍ଭ କରିଥିଲା ଥିରୁମଙ୍ଗଳମ ପୋଲିସ୍ । ସ୍ୱାମୀଙ୍କ ମୃତ୍ୟୁ ନେଇ ସ୍ତ୍ରୀ ଆରିଭୁସେଲଭମଙ୍କ ହାବଭାବ ଉପରେ ପୋଲିସର ସନ୍ଦେହ ଜାତ ହୋଇଥିଲା । ରାଡାର୍କୁ ଆସିଥିଲେ ସୁଦିରଙ୍କ ସ୍ତ୍ରୀ ଆରିଭୁସେଲ୍ଭମ୍ । ତେବେ ପୋଲିସ ଜେରାରେ ଅଧିକ ସମୟ ତିଷ୍ଠିନପାରି ସେ ସବୁ ସତ ଓଗାଳିଥିଲେ । ପେଶାରେ ଜଣେ ଶିକ୍ଷୟତ୍ରୀ ଥିବା ଆରିଭୁସେଲ୍ଭମ୍ଙ୍କ ଅନୁଯାୟୀ ସେ ନିଜ ସଂପର୍କୀୟ ବି.ବାଲାମଣି ଓ ବି.ସୁମୈୟାରଙ୍କ ସହାୟତାରେ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ ।
ଆରିଭୁସେଲ୍ଭମ୍ଙ୍କ ବୟାନ ଅନୁସାରେ ସୁଦିର ପ୍ରତ୍ୟେକ ଦିନ ମଦ ନିଶାରେ ଅପ୍ରାକୃତିକ ଶାରିରୀକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରୁଥିଲେ । ତେବେ ଗୁରୁବାର ଦିନ ଆରିଭୁସେଲଭମ୍ କ୍ଷୀରରେ ନିଦ ବଟିକା ମିଶାଇ ସୁଦିରଙ୍କୁ ପିଇବାକୁ ଦେଇଥିଲେ । ସେ ଶୋଇଯିବା ପରେ ଆରିଭୁସେଲ୍ଭମ୍ ନିଜ ଦୁଇ ସଂପର୍କୀୟଙ୍କ ସହ ମିଶି ସୁଦିରଙ୍କ ମୁହଁରେ ପଲିଥିନ୍ ଘୋଡାଇ ଶ୍ୱାସରୁଦ୍ଧ କରି ହତ୍ୟା କରିବା ସହ ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରିଥିଲେ ।
Comments are closed.