Latest Odisha News

BREAKING NEWS

ଟିକାକରଣ ପ୍ରମାଣପତ୍ର ନେଇ ସାଲନ୍‌ ଆସିଲେ ମିଳିବ ୫୦% ରିହାତି

ଚେନ୍ନାଇ: କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଟିକାକରଣ କରିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ଉତ୍ସାହିତ କରାଯାଉଛି।

ତାମିଲନାଡୁର ମଦୁରାଇର ଏକ ସେଲୁନ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରଣାଳୀ ଆରମ୍ଭ କରିଛି।

ଯେଉଁ ଗ୍ରାହକମାନେ ସେମାନଙ୍କ ଟିକାକରଣ ପ୍ରମାଣପତ୍ର ସହିତ ସାଲନ୍‌ ଆସିବେ ସେମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏ ନେଇ ବ୍ୟବସାୟ ପ୍ରତିଷ୍ଠାନ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଟିକାକରଣକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଆଶା କରାଯାଉଛି।

Comments are closed.