ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଏହା ପୂର୍ବରୁ ଭୋଟ ଗଣତିରେ ଥାଲାପତି ବିଜୟଙ୍କ ଟିଭିକେ ଆଗରେ ଥିବା ଜଣାପଡ଼ିଛି। ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିଛି।
ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଟିଭିକେ ତାମିଲନାଡୁରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଉଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱରେ ଟିଭିକେ ସୋମବାର (୪ ମେ) ନିର୍ବାଚନୀ କ୍ଷେତ୍ରରେ ଏକ ଅପ୍ରତ୍ୟାଶିତ ପ୍ରଦର୍ଶନ କରୁଛି। ୨୩ ଏପ୍ରିଲରେ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଗଣନା ଜାରି ରହିଥିବା ବେଳେ ଟିଭିକେ ୧୦୭ ଆସନରେ ଆଗୁଆ ଅଛି।
ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଡିଏମକେ ବହୁତ ପଛରେ ପଡ଼ିଥିବା ବେଳେ ଦଳୀୟ କର୍ମୀ କର୍ମୀ ଭାବପ୍ରବଣ ହୋଇ ପଡ଼ିଥିଲେ। କର୍ମୀମାନେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଟିଭିକେ ୧୦୭ ଆସନରେ, ଏଆଇଏଡିଏମକେ ୬୨ ଆସନରେ ଏବଂ ଡିଏମକେ ୪୫ ଆସନରେ ଆଗୁଆ ଅଛି।
ତାମିଲାଗା ଭେଟ୍ରି କାଝାଗମ (ଟିଭିକେ)ର ଜାତୀୟ ମୁଖପାତ୍ର ଫେଲିକ୍ସ ଜେରାଲ୍ଡ ପ୍ରକାଶ କରିଛନ୍ତି ଯେ ଦଳ ତାମିଲନାଡୁରେ ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ। କାରଣ ଏପର୍ଯ୍ୟନ୍ତ ଗଣତିରେ ଦଳକୁ ପ୍ରଚୁର ସମର୍ଥନ ମିଳିଛି। ଜେରାଲ୍ଡ କହିଛନ୍ତି ଯେ ଏହି ଫଳାଫଳ ଆଶା କରାଯାଇଥିଲା। ସେ ଆହୁରି ଦାବି କରିଥିଲେ ଯେ ତାମିଲନାଡୁର ଲୋକମାନେ ଟିଭିକେକୁ ବାଛିଛନ୍ତି କାରଣ ସେମାନେ ବର୍ତ୍ତମାନର ଦଳଗୁଡ଼ିକଠାରୁ ବିରକ୍ତ ହୋଇପଡ଼ିଛନ୍ତି। ଭୋଟରମାନେ ଟିଭିକେକୁ ବିଶ୍ୱାସ କରୁଥିବ ବେଳେ ଏହାକୁ ସେମାନେ ଏକ ବିକଳ୍ପ ଭାବରେ ଦେଖନ୍ତି।