Latest Odisha News

BREAKING NEWS

ସୁମିତ୍ ତପସ୍ୱିନୀ ବିବାଦ ମାମଲା : ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ମାମଲା । ପୁଣି ତପସ୍ପିନୀଙ୍କୁ ମିଳିଲା ଝଟକା । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍ ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି । ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ସେପଟେ ଗତକାଲି ଭରଣପୋଷଣର ୧୭ ହଜାର ଟଙ୍କାର ଚେକ୍ ନେବା ବେଳେ ତପସ୍ୱିନୀ କହିଛନ୍ତି, ଟଙ୍କା ନୁହେଁ, ତାଙ୍କୁ ଦରକାର ସ୍ୱାମୀ।

ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସେତେବେଳେ ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ଏହାକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ୍। ଆଉ ଶେଷରେ ହାଇକୋର୍ଟ ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି।

Comments are closed.