Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଭାଗବତ ଗୀତା ବାଣ୍ଟି ଭୋଟ ଭିକ୍ଷା

ଜଗତସିଂହପୁର: ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଗୋଟିଏ ପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପଟେ ପଞ୍ଚମ ପର୍ଯ୍ୟାୟ ମତଦାନ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ପ୍ରାର୍ଥୀ ମାନେ ବିଭିନ୍ନ ଉପାୟରେ ଭୋଟ୍ ହାତେଇବାର ପ୍ରୟାସ ଜାରି ରଖିଛନ୍ତି ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ରେ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ପ୍ରୟାସ କରୁଛନ୍ତି। ଏହି ବ୍ଲକର ବଳେଇପୁର ପଞ୍ଚାୟତରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବଳେଇପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମମତା ସ୍ବାଇଁ ନିଜ ସମର୍ଥକଙ୍କ ସହିତ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି ।

ସମସ୍ତଙ୍କୁ ଭାଗବତ ଗୀତା ପ୍ରଦାନ କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଦିର୍ଘ ବର୍ଷ କାଳ ଦିଲ୍ଲୀରେ ରହୁଥିବା ମମତା କରୋନା ଲକ୍ ଡାଉନ୍ ସମୟରେ ଗାଁରେ ରହିଯାଇଥିଲେ । ପରେ ସେ ପଞ୍ଚାୟତର ବିଭିନ୍ନ ସମସ୍ୟା ଦେଖିବା ପରେ ଦିଲ୍ଲୀ ନ ଫେରି ପଞ୍ଚାୟତକୁ ସୁଧାରିବା ପାଇଁ ନିର୍ବାଚନରେ ପ୍ରାଥି ହୋଇଛନ୍ତି । ଗାଁର ଲୋକମାନଙ୍କ ବିପୁଳ ସମର୍ଥନ ମିଳିବ ବୋଲି ଆଶା ରହିଛି ।

Comments are closed, but trackbacks and pingbacks are open.