ମୁମ୍ବାଇ: ବିଟାଉନ୍ର ଲଭ୍ବାର୍ଡ ତାରା ସୁତାରିଆ ଏବଂ ଆଦର୍ ଜୈନଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ଖବର ଅନୁସାରେ ତାରା ଏବଂ ଆଦର୍ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଏହି ଖବର ଆସିବା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏହାକୁ ନେଇ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଆଦର ଜୈନ୍ ହେଉଛନ୍ତି ରଣବୀର କପୁର ଏବଂ କରୀନା କପୁରଙ୍କ ସମ୍ପର୍କୀୟ ଭାଇ। ସେ ବଲିଉଡ୍ରେ ସକ୍ରିୟ ନ ଥିଲେ ମଧ୍ୟ ଅନେକ ସମୟରେ ଲାଇମଲାଇଟ୍ରେ ରୁହନ୍ତି।
Comments are closed.