Latest Odisha News

BREAKING NEWS

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ ଜେରା କରିବା ପାଇଁ ଜଗି ମଙ୍ଗତ ପଣ୍ଡା ମଧ୍ୟ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ଦିନ ୧୧ଟାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବାକୁ ଜଗି ପଣ୍ଡାଙ୍କୁ ନୋଟିସ ହୋଇଥିଲା । ତେବେ ଇ-ମେଲ ଜରିଆରେ ତଦନ୍ତକାରୀ ଅଧିକାରୀଙ୍କୁ ସମୟ ନେବାକୁ ସେ ଅନୁରୋଧ କରିଥିଲେ । ଘଟଣା ନେଇ ଫୋନ ଯୋଗେ ଓଟିଭି ଏମ୍‌ଡିଙ୍କୁ ଅଭିଯୋଗ ପରେ,  ସେ ମାମଲାକୁ ଚପାଇବାକୁ ଚେଷ୍ଟା କରିଥିବା ପୀଡିତା ନାବାଳିକାଙ୍କ ମାଆ କହିଛନ୍ତି । ମାମଲାରେ ହାଜର ହେବା ଲାଗି ଗତକାଲି କ୍ରାଇମବ୍ରାଞ୍ଚ ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି କରିଥିଲା । ପୂର୍ବରୁ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମହିଳା କମିଶନଙ୍କ ଆଗରେ ହାଜର ହେବା ସହ ନିଜ ପ୍ରତିନିଧିଙ୍କ ଜରିଆରେ ପକ୍ଷ ରଖିଥିଲେ ଜଗି ମଙ୍ଗତ ପଣ୍ଡା ।

Leave A Reply

Your email address will not be published.