Latest Odisha News

BREAKING NEWS

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି ।

ଏକଧିକ ପ୍ରୋଜେକ୍ଟ ପାଇଁ ଫୁରସତ୍ ପାଉନଥିବା ତାରାଙ୍କୁ ଫିଲ୍ମ ହିରୋପନ୍ତି-୨ ପାଇଁ ପ୍ରଯୋଜକ ସାଜିଦ ସାଇନ୍ କରିଛନ୍ତି । ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨ ପରେ ଏହି ଫିଲ୍ମରେ ସେ ପୁଣିଥରେ ଟାଇଗର ସ୍ରଫଙ୍କ ସହ ନଜର ଆସିବେ । ତେବେ ଶୁଣିବାକୁ ମିଳିଛି ତାରା କୁଆଡେ ଆଉ ଏକ ନୂଆ ଫିଲ୍ମର ସୁଟିଂ ପାଇଁ ଉତ୍ତରାଖଣ୍ଡର ଋଷିକେଶକୁ ଯାତ୍ରା କରିବେ ।

ଫିଲ୍ମର ଟାଇଟଲ ‘ତଡପ’ ଥିବାବେଳେ ଏଥିରେ ସେ ସୁନୀଲ ସେଟ୍ଟିଙ୍କ ପୁଅ ଆହାନ୍‌ଙ୍କ ସହ ଅନ୍‌ସ୍କ୍ରିନ୍ ସେୟାର କରିବେ । ଡେବ୍ୟୁଟାଣ୍ଟ ଆହାନଙ୍କୁ ନେଇ ସାଜିଦଙ୍କ ପ୍ରଯୋଜନା ଓ ମିଲ୍ନ ଲୁଥରିୟାଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ରିଲି୍‌ଜ ହେବ । ତେଲୁଗୁ ସୁପରହିଟ୍ ଫିଲ୍ମ RX 100ର ହିନ୍ଦୀ ରିମେକ ଭର୍ସନ ଭାବେ ଏହା ଦର୍ଶକଙ୍କ ସାମ୍ନାକୁ ଆସିବ ।

ତେବେ କେବଳ ତଡପ ନୁହେଁ ବରଂ ମୋହିତ ସୁରିଙ୍କ ଫିଲ୍ମ ‘ଦୋ ଭିଲେନ’ ପାଇଁ ମଧ୍ୟ କରୋନା ପରେ ଘରୁ ପାଦ କାଢିବେ ତାରା ସୁତାରିୟା । ଅଭିନୟ ଓ ଡାନ୍ସ ଛଡା ପାଶ୍ଚାତ୍ୟ କ୍ଲାସିକାଲ ମ୍ୟୁଜିକରେ ବି ତାରା ସୁତାରିଆ ବେଶ ରୁଚ ରଖନ୍ତି । ଏପରି ସ୍ଥିତିରେ ତାରା ଆଗକୁ ଯେ ଖୁବ ବ୍ୟସ୍ତ ରହିବେ, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.