Latest Odisha News

BREAKING NEWS

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ ମିଳିଛି ।

ଗର୍ଭାବସ୍ଥାରେ ସପନାଙ୍କ ଫିଗର୍ ଅନୁମାନ ଅନୁଯାୟୀ ଏତେଟା ଆକର୍ଷଣୀୟ ନଥିଲା । ତଥାପି ଅତ୍ୟଧିକ ଓଜନକୁ ହ୍ରାସ କରି ସେ ଷ୍ଟେଜ ସୋରେ ମସଗୁଲ ହୋଇଛନ୍ତି । ନିକଟରେ ସପନା ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଟ୍ରାଡିସ୍ନାଲ ଲାଲ ରଙ୍ଗର ସାଲୱାର ସୁଟ୍‌ରେ ତାଙ୍କୁ ଫୁଲ୍ ଦମରେ ଡାନ୍ସ କରିବାରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Sapna Choudhary (@itssapnachoudhary)

ଅକ୍ଟୋବର ୪ରେ ବୀର ସାହୁଙ୍କ ପୁତ୍ର ସନ୍ତାନର ଜନନୀ ହୋଇଥିଲେ ସପନା ଚୌଧୁରୀ । କୋର୍ଟ ମ୍ୟାରେଜ ଛଡା ଦୁହେଁ ୪ବର୍ଷ ଧରି ପ୍ରେମ ସଂପର୍କରେ ଲିପ୍ତ ଥିଲେ । ତେବେ ଚଳିତବର୍ଷ ଏକ ଅଘୋଷିତ ବିବାହ ସମାରୋହରେ ଦୁହେଁ ବିବାହ କରିଥିଲେ ।

Leave A Reply

Your email address will not be published.