Latest Odisha News

BREAKING NEWS

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

 

View this post on Instagram

 

A post shared by MC Mary Kom OLY (@mcmary.kom)

୨୦୨୧, ମାର୍ଚ୍ଚରୁ ଆରମ୍ଭ ହେବ ଫିଲ୍ମ ଜନହିତ୍ ମୈଁ ଜାରିର ସୁଟିଂ । ଫିଲ୍ମର ପୋଷ୍ଟରରେ ଜଣେ ମହିଳା ମେଗାଫୋନ୍ ଧରିବାରେ ଦେଖିବାକୁ ମିଳିଛି । ତା ସହ ବ୍ୟାକଗ୍ରାଉଣ୍ଡରେ ଲୋକଙ୍କୁ ନେଇ ଚିତ୍ରିତ ଭାରତର ମାନଚିତ୍ର ମଧ୍ୟ ରହିଛି । ସୋସିଆଲ୍ ମିଡିଆରେ ମେରି କମ୍‌ଙ୍କ ପୋଷ୍ଟ ସହ ଏକ ମଜାଦାର କ୍ୟାପ୍ସନ ମଧ୍ୟ ରହିଛି । ଯାହାକୁ ଦେଖି ଅନୁମାନ କରାଯାଉଛି ଫିଲ୍ମଟି ନିଶ୍ଚିତ ଭାବେ ଏକ ଇଣ୍ଟରେଷ୍ଟିଂ କାହାଣୀ ଉପରେ ଆଧାରିତ ।

କମେଡି ଥିମ୍ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ନୁସରତ ଭରୁଚାଙ୍କ ସହ ପଭୈଲ୍ ଗୁଲାଟି ନଜର ଆସିବେ । ଦର୍ଶକଙ୍କ ଗହଣରେ ନୁସରତ ଅଜଣା ନୁହେଁ । ହେଲେ ପଭୈଲ ବି କିଛି ନବାଗତ ନୁହେଁ । ଫିଲ୍ମ ଥପ୍ପଡରେ ସେ ତାପସୀଙ୍କ ଅନସ୍କ୍ରିନ୍ ସ୍ୱାମୀ ଭୂମିକାରେ ନଜର ଆସିଥିଲେ । ତା ଛଡା ଯୁଦ୍ଧ ଭଳି ଟିଭି ସିରିଜ ଓ ୪ରୁ ଅଧିକ ବଲିଉଡ ଫିଲ୍ମରେ ବି ସେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି ।

Leave A Reply

Your email address will not be published.