Latest Odisha News

BREAKING NEWS

ଯୌନ ନିର୍ଯାତନା ମାମଲା; ନିର୍ଦ୍ଦୋଷରେ ଖଲାସ୍‌ ହେଲେ ତରୁଣ ତେଜପାଲ

ପାଣାଜୀ: ଗୋଆର ଏକ ଅଧିବେଶନ କୋର୍ଟ ଶୁକ୍ରବାର ଦିନ ତେହେଲ୍କାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଯୌନ ନିର୍ଯାତନା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୮ ବର୍ଷ ପରେ ଦୋଷମୁକ୍ତ ହେଲେ ତରୁଣ। ୨୦୧୩ରେ ହୋଟେଲ ଲିଫ୍ଟରେ ଜଣେ ମହିଳାଙ୍କୁ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗରେ ତେଜପାଲ କୋର୍ଟର ସମ୍ମୁଖୀନ ହୋଇଥିଲେ।

୨୦୧୩ ନଭେମ୍ବର ୩୦ରେ ଗୋଆ ପୋଲିସ ତରୁଣ ତେଜପାଲଙ୍କ ବିରୋଧରେ ମାମଲା ଦାଏର୍‌ କରିଥିଲା ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ମେ ୨୦୧୪ରେ ସେ ଜାମିନରେ ମୁକୁଳିଥିଲେ। ଗୋଆ କ୍ରାଇମ ବ୍ରାଞ୍ଚ ତେଜପାଲଙ୍କ ବିରୋଧରେ ଏକ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା।

ଏହି ମାମଲା ପୂର୍ବରୁ ଏପ୍ରିଲ୍ ୨୭ରେ ତାଲିକାଭୁକ୍ତ ହୋଇଥିବାବେଳେ କୋର୍ଟ ଏହାର ନିଷ୍ପତ୍ତିକୁ ମେ ୧୨ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ବୁଧବାର ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଥିଲେ କୋର୍ଟ। ମେ ୧୨ରେ, କୋଭିଡ-୧୯ କାରଣରୁ କର୍ମଚାରୀଙ୍କ ଅଭାବ ବିଷୟରେ ଦର୍ଶାଇ ଶୁଣାଣିକୁ ୨୧ ଯାଏ ସ୍ଥଗିତ ରଖାଯାଇଥିଲା।

Comments are closed.