Latest Odisha News

BREAKING NEWS

ହ୍ୱାଇଟ ଫଙ୍ଗସ୍ ଆତଙ୍କ

ଦିଲ୍ଲୀ: କରୋନା ଯୋଗୁ ଟେନ୍‌ସନ୍ ବଢୁଥିବା ବେଳେ ବ୍ଲାକଫଙ୍ଗସ୍ ଭୟକୁ ଦୁଇ ଗୁଣିତ କରିଛି । ଆଉ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଆତଙ୍କ ଖେଳାଇଲାଣି । ଯାହାକି ବ୍ଲାକ୍ ଫଙ୍ଗସ୍‌ଠୁ ବି ଆହୁରି ମାରାତ୍ମକ ବୋଲି ଜଣାପଡିଛି । କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍ ଆକ୍ରମଣ କରୁଥିବା ବେଳେ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଚିନ୍ତାକୁ ଦିୁଇ ଗୁଣିତ କରି ସାରିଲାଣି ।

ବିହାରରେ ହ୍ୱାଇଟ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ବିହାର ପାଟଣାରେ ୪ଜଣ ହ୍ୱାଇଟ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ପାଟଣା ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବ୍ଲାକ୍ ଫଙ୍ଗସ୍ ଠାରୁ ଅଧିକ ମାରାତ୍ମକ ହେଉଛି ହ୍ୱାଇଟ ଫଙ୍ଗସ୍ ।ଏହା ନଖ, ଚର୍ମ, ଫୁସ୍‌ଫୁସ୍ , ପାକସ୍ଥଳୀ, କିଡନୀ, ବ୍ରେନ୍କୁ କ୍ଷତି ପହଞ୍ଚାଉଛି ।

କରୋନା ଲକ୍ଷଣ ଦେଖି ରୋଗୀ ମାନେ ନିଜର ଟେଷ୍ଟ କରାଇଥିଲେ । ହେଲେ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ସନ୍ଦେହ ହୋଇଥିଲା । ପରେ ଟେଷ୍ଟରୁ ସେମାନେ ହ୍ୱାଇଟ ଫଙ୍ଗସ୍‌ରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ତେବେ ରୋଗ ପ୍ରତିଷେଧକ କମ୍ ଥିବା ଲୋକଙ୍କୁ ଏହା ବେଶୀ ଆକ୍ରାନ୍ତ କରିବାର ଆଶଙ୍କା ରହିଛି ।

Leave A Reply

Your email address will not be published.