Latest Odisha News

BREAKING NEWS

ଏୟାରଫୋର୍ସ ପାଇଁ ଟାଟା-ଏୟାରବସ ମିଳିତ ଭାବେ ନିର୍ମାଣ କରିବେ ଟ୍ରାନ୍ସପୋର୍ଟର ଏୟାରବସ

ନୂଆଦିଲ୍ଲୀ: ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ମଜଭୁତ କରିବା ପାଇଁ ଶୁକ୍ରବାର ବଡ ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ଏୟାରଫୋର୍ସ ପାଇଁ ଟାଟା ଏବଂ ଏୟାରବସ ମିଳିତ ଭାବେ ଟ୍ରାନ୍ସପୋର୍ଟର ଏୟାରବେସ୍ ସି-୨୯୫ ନିର୍ମାଣ କରିବେ । ୧୫ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ କ୍ୟାବିନେଟ କମିଟି ଅଫ ସିକ୍ୟୁରିଟି (ସିଏସଏସ) ମଂଜୁରୀ ଦେଇଛି ।

ଏହି ଚୁକ୍ତି ଅନୁସାରେ କମ୍ପାନୀ ୫୬ ଏୟାରକ୍ରାଫ୍ଟ ତିଆରି କରିବ । ପ୍ରଥମ ଥର ପାଇଁ ଭାରତରେ ଏ ଭଳି ମିଲିଟ୍ରି ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଯାଉଛି । ପାଂଚ ବର୍ଷ ମଧ୍ୟରେ ୨୫୦୦ ସ୍କିଲଡ ରୋଜଗାର ଅବସର ସୃଷ୍ଟି ହେବ । ପୂର୍ବରୁ ସରକାର ହାଲ ସହ ୮୩ ଏଲସିଏ ତେଜସ ମାର୍କ-୧ଏ ଜେଟ ନିର୍ମାଣକୁ ନେଇ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା ।

Leave A Reply

Your email address will not be published.