Latest Odisha News

BREAKING NEWS

Tata Steel Md Meets CM: ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଟିଭି ନରେନ୍ଦ୍ରନଙ୍କ ଆଲୋଚନା

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଟାଟା ଷ୍ଟିଲ ଏମଡି । ପାରସ୍ପରିକ ସହଯୋଗ, ଶିଳ୍ପୋଦ୍ୟୋଗ ଗତିବିଧିର ସଂପ୍ରସାରଣ ନେଇ ଆଲୋଚନା କରିଛନ୍ତି ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ । ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ସହ ଆଇରନ ଓର ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।

ଏହା ସହ ଓଡ଼ିଶାରେ ନୂତନ ଶିଳ୍ପ ପାଇଁ ସମ୍ଭାବନା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଟାଟା ଷ୍ଟିଲ ଏମଡି ଟିଭି ନରେନ୍ଦ୍ରନ । ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ଓଡ଼ିଶାର ଯାଜପୁର କଳିଙ୍ଗ ନଗର ଠାରେ ଟାଟା ଷ୍ଟିଲର ଦୁଇଟି ବୃହତ ପ୍ରକଳ୍ପ କାର୍ଯ୍ୟ କରୁଛି । ପ୍ରଥମେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩ ମିଲିୟନ ଟନ ରହିଥିଲା । ପରେ ଦ୍ବିତୀୟ ପର୍ଯ୍ୟାୟରେ ସଂପ୍ରସାରଣ ଚଳିତ ବର୍ଷ ମେ ମାସରୁ ଆରମ୍ଭ ହୋଇଛି । ସଂପ୍ରସାରିତ ପ୍ଲାଣ୍ଟରୁ ବାର୍ଷିକ ୮ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

ସେହିପରି, ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳୀ ଠାରେ ରହିଛି ଟାଟାର ଦ୍ବିତୀୟ ପ୍ଲାଣ୍ଟ । ୨୦୧୮ରେ ଏହି ପ୍ଲାଣ୍ଟକୁ ଭୂଷଣ ଠାରୁ ଅଧିଗ୍ରହଣ କରିଥିଲା ଟାଟା ଷ୍ଟିଲ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୫ ମିଲିୟନ ଟନ ରହିଛି ।

Comments are closed.