ଜାମଶେଦ୍ପୁର: ଇସ୍ତଫା ଦେଇଛନ୍ତି ଟାଟା ଷ୍ଟିଲ କଳିଙ୍ଗନଗରର ଉପାଧ୍ୟକ୍ଷ ରାଜୀବ କୁମାର । ତାଙ୍କର ଏହି ନିଷ୍ପତ୍ତି ପରେ, କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଉଛି ଯେ ବେଦାନ୍ତ ଗ୍ରୁପରେ ଏବେ ଯୋଗ ଦେଇପାରନ୍ତି ରାଜୀବ କୁମାର । ତେବେ ଏନେଇ ସେ ଆନୁଷ୍ଠାନିକ ଭାବେ କୌଣସ ସୂଚନା ଦେଇନାହାଁନ୍ତି ।
ସୂଚନା ଅନୁସାରେ, ଗତକାଲି ରାଜୀବ କୁମାର ଟାଟା ଷ୍ଟିଲ୍ ର ସିଇଓ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଟି.ବି ନରେନ୍ଦ୍ରଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ଏନେଇ ରାଜୀବ କୁମାର ତାଙ୍କ ଅଧୀନସ୍ଥ ଅଧିକାରୀ ଏବଂ ୟୁନିଅନ ନେତାମାନଙ୍କୁ ମଧ୍ୟ ଜଣାଇଥିଲେ । ଅନ୍ୟପଟେ କୁହାଯାଉଛି ଯେ ରାଜୀବଙ୍କ ଇସ୍ତଫା କମ୍ପାନୀ ପାଇଁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । କାରଣ ସେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଥିଲେ । ଦୀର୍ଘ ୨୫ ବର୍ଷ ଧରି ରାଜୀବ କୁମାର ଟାଟା ଷ୍ଟିଲ ସହ ଜଡିତ ଥିଲେ । କଳିଙ୍ଗନଗର ପ୍ରୋଜେକ୍ଟକୁ ସଫଳ କରିବାରେ ରାଜୀବ କୁମାରଙ୍କ ବଡ ଯୋଗଦାନ ରହିଛି । ସେପଟେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜୀବ କୁମାର ବେଦାନ୍ତ ଗ୍ରୁପରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।
Comments are closed.