ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବ । କୋଲତାକା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ରାଜସ୍ଥାନ ରୟାଲ୍ସ କୋଚ ରାହୁଲ ଡ୍ରାଭିଡଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଘାତ ପ୍ରାପ୍ତ ଡ୍ରାଭିଡ ଆଶା ବାଡି ବ୍ୟବହାର କରି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ଡ୍ରାଭିଡ ଆଘାତପ୍ରାପ୍ତ ହୋଇଥିଲେ । ସେ ଏବେ ବି ଠିକରେ ଚାଲି ପାରୁ ନାହାନ୍ତି । ରାଜସ୍ଥାନ ଫ୍ରାଂଚାଇଜ ଏହି ଭିିଡିଓ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଶେୟାର କରିଛି ।
ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଡ୍ରାଭିଡଙ୍କ ଏହି ଉତ୍ସର୍ଗୀକୃତ ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏଥର ରାଜସ୍ଥାନ ଟିମର ନେତୃତ୍ୱ ସଞ୍ଜୁ ସାମସନ କରିବେ । ୨୦୦୮ ସିଜନରେ ରାଜସ୍ଥାନ ଚାମ୍ପିୟନ ହୋଇଥିଲା । ମାର୍ଚ୍ଚ ୨୩ରେ ରାଜସ୍ଥାନ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।
ରାଜସ୍ଥାନ ଟିମ: ସଞ୍ଜୁ ସାମସନ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିୟାନ ପରାଗ, ଧ୍ରୁଜ ଜୁରେଲ, ଶିମ୍ରନ ହେଟମେୟର, ସନ୍ଦୀପ ଶର୍ମା, ଜୋଫ୍ରା ଆର୍ଚ୍ଚର, ମହୀଷ ତୀକ୍ଷଣା, ୱାନିନ୍ଦୁ ହସରଙ୍ଗା, ଆକାଶ ମାଧୱାଲ, କୁମାର କାର୍ତିକେୟ, ନୀତିଶ ରାଣା, ତୁଷାର ଦେଶପାଣ୍ଡେ, ଶୁଭମ ଦୁବେ, ଯୁଦ୍ଧବୀର ସିଂ, ଫଜହଲହକ ଫାରୁକୀ, ବୈଭବ ସୂର୍ଯ୍ୟବଂଶୀ, କ୍ୱେନା ମଫାକା, କୃଣାଳ ରାଠୋର ଓ ଅଶୋକ ଶର୍ମା ।
Comments are closed.