ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ ଆଣ୍ଡ ହ୍ୱାଇଟରେ ଏହା ଉଲ୍ଲେଖ କରିଛନ୍ତି । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଆମକୁ ୧୯୫ ରନର ଟାର୍ଗେଟ ମିଳିଥିଲା । ମୁଁ ଡକରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲି । ରାଜସ୍ଥାନର ମାଲିକଙ୍କ ମଧ୍ୟରୁ ଜଣେ ମୋତେ କହିଥିଲେ ଆମେ କୋଟି କୋଟି ଟଙ୍କା ତୁମକୁ ଶୂନରେ ଆଉଟ ହେବା ପାଇଁ ଦେଉନୁ । ଏହା କହି ସେ ହାଲକା ଭାବେ ୩/୪ଟି ଚାପୁଡା ମାରିଥିଲେ । ଅବଶ୍ୟ ଏହି ଚାପୁଡା ହାଲକା ଥିଲା ମାତ୍ର ମୋତେ ଏହା ମଜା ବୋଲି ହୃଦୟଙ୍ଗମ ହୋଇ ନ ଥିଲା । ସେ ସମୟରେ ମୁଁ ଏହାକୁ ନେଇ ଏତେଟା ପ୍ରତିକ୍ରୀୟାଶୀଳ ହେବା ଉଚିତ ନୁହେଁ ବୋଲି ଭାବିଥିଲି । ଟେଲରଙ୍କ ଏହି ଖୁଲାସା ପରେ କ୍ରିକେଟ ମହଲରେ ଆଲୋଚନା ଜୋର ଧରିଛି । ବାଙ୍ଗାଲୋର ଟିମ ସହିତ ବେଶୀ ଦିନ ନ ରହିବା ମୋ ପାଇଁ ଦୁର୍ଭାଗ୍ୟ ଥିଲା ବୋଲି ସେ କହିଛନ୍ତି । ଟେଲର ରାଜସ୍ଥାନ ପକ୍ଷରୁ ୧୨ଟି ମ୍ୟାଚ ଖେଳି ୧୮୧ ରନ କରିଥିଲେ । ଏହା ପରେ ସେ ଦିଲ୍ଲୀ ଏବଂ ପୁଣେ ଟିମ ପକ୍ଷରୁ ଖେଳିଥିଲେ । ଏବେ ରାଜସ୍ଥାନର କେଉଁ ମାଲିକ ତାଙ୍କୁ ଚାପୁଡା ମାରିଥିଲେ ତାହା ଏବେ ଖୋଜା ଚାଲିଛି ।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.