ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ ଆଣ୍ଡ ହ୍ୱାଇଟରେ ଏହା ଉଲ୍ଲେଖ କରିଛନ୍ତି । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଆମକୁ ୧୯୫ ରନର ଟାର୍ଗେଟ ମିଳିଥିଲା । ମୁଁ ଡକରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲି । ରାଜସ୍ଥାନର ମାଲିକଙ୍କ ମଧ୍ୟରୁ ଜଣେ ମୋତେ କହିଥିଲେ ଆମେ କୋଟି କୋଟି ଟଙ୍କା ତୁମକୁ ଶୂନରେ ଆଉଟ ହେବା ପାଇଁ ଦେଉନୁ । ଏହା କହି ସେ ହାଲକା ଭାବେ ୩/୪ଟି ଚାପୁଡା ମାରିଥିଲେ । ଅବଶ୍ୟ ଏହି ଚାପୁଡା ହାଲକା ଥିଲା ମାତ୍ର ମୋତେ ଏହା ମଜା ବୋଲି ହୃଦୟଙ୍ଗମ ହୋଇ ନ ଥିଲା । ସେ ସମୟରେ ମୁଁ ଏହାକୁ ନେଇ ଏତେଟା ପ୍ରତିକ୍ରୀୟାଶୀଳ ହେବା ଉଚିତ ନୁହେଁ ବୋଲି ଭାବିଥିଲି । ଟେଲରଙ୍କ ଏହି ଖୁଲାସା ପରେ କ୍ରିକେଟ ମହଲରେ ଆଲୋଚନା ଜୋର ଧରିଛି । ବାଙ୍ଗାଲୋର ଟିମ ସହିତ ବେଶୀ ଦିନ ନ ରହିବା ମୋ ପାଇଁ ଦୁର୍ଭାଗ୍ୟ ଥିଲା ବୋଲି ସେ କହିଛନ୍ତି । ଟେଲର ରାଜସ୍ଥାନ ପକ୍ଷରୁ ୧୨ଟି ମ୍ୟାଚ ଖେଳି ୧୮୧ ରନ କରିଥିଲେ । ଏହା ପରେ ସେ ଦିଲ୍ଲୀ ଏବଂ ପୁଣେ ଟିମ ପକ୍ଷରୁ ଖେଳିଥିଲେ । ଏବେ ରାଜସ୍ଥାନର କେଉଁ ମାଲିକ ତାଙ୍କୁ ଚାପୁଡା ମାରିଥିଲେ ତାହା ଏବେ ଖୋଜା ଚାଲିଛି ।
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.