ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି । ଗିରଫ ଶିକ୍ଷକ ଜଣକ ହେଲେ ମନୋରଞ୍ଜନ ମାଝୀ ।
ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ମାଝୀଙ୍କୁ ଗିରଫ କରିଛି ଝାରପୋଖରିଆ ପୋଲିସ । ଛାତ୍ରୀ ଜଣକ ପଞ୍ଚମ ଶ୍ରେଣୀର ହୋଇଥିବାବେଳେ ନିଜ ଗାଁରେ ଶିକ୍ଷକ ତାଙ୍କୁ ଏପରି ଅସଦାଚରଣ କରିଥିବା ଏତଲାରେ ଦର୍ଶାଯାଇଛି ।