Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢ଼ାକା: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ବୁଧବାର ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିନେଇଛି । ପାକିସ୍ତାନ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଭାରତ ପକ୍ଷରୁ ସୁମି, ହରମନପ୍ରୀତ ସି. ଅକ୍ଷରଦୀପ ସିଂ ଓ ବରୁଣ କୁମାର ଗୋଲ ସ୍କୋର କରିଥିଲେ । ପାକିସ୍ତାନର ଅବଦୁଲ ରାଣା ୨ଟି ଏବଂ ଅଫରାଜ ଗୋଟିଏ ଗୋଲ ଦେଇଥିଲେ ।

ପୂର୍ବରୁ ସେମିଫାଇନାଲରେ ଭାରତ ୫-୩ ଗୋଲରେ ଜାପାନ ନିକଟରୁ ଏବଂ ପାକିସ୍ତାନ ୬-୫ ଗୋଲରେ କୋରିଆ ନିକଟରୁ ପରାଜିତ ହୋଇଥିଲା । ଫାଇନାଲ ମ୍ୟାଚ ଜାପାନ ଓ କୋରିଆ ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.