Latest Odisha News

BREAKING NEWS

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର । ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ହୃଦରୋଗ କୋଆର୍କଟେସନ ଅଫ୍ ଆଓର୍ଟା ଭଳି ସମସ୍ୟାରେ ପିଡିତ ଥିବା ଯାଜପୁର ଅଞ୍ଚଳର ୩୪ ବର୍ଷୀୟା ମହିଳାଙ୍କର ବିରଳ ଅସ୍ତ୍ରୋପଚାର କରିଛନ୍ତି ଇଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଆକ ସାଇନ୍ସ ବିଭାଗର ଯୁବ କାର୍ଡିଓଲୋଜିଷ୍ଟ ଡ. ଦିବ୍ୟ ରଞ୍ଜନ ବେହେରା ।

ମହିଳା ଜଣକ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ । ଅନେକ ସ୍ଥାନରେ ଚିକିତ୍ସା କରାଇବା ପରେ ସେ ସମ୍ ହସ୍ପିଟାଲକୁ ଆସି ଡ. ବେହେରାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରିଥିଲେ । ପରୀକ୍ଷା ନିରିକ୍ଷା ପରେ ସେ କୋଆର୍କଟେସନ ଅଫ୍ ଆଓର୍ଟା ପରି ଜଟିଳ ହୃଦରୋଗରେ ପିଡିତ ଥିବାର ଜଣାପଡିଥିଲା ।

ପ୍ରାୟ ଜନ୍ମ ସମୟରୁ ରୋଗୀର ଶରୀରରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ଆଓର୍ଟା, ଯାହାକି ଶରୀରର ମୁଖ୍ୟ ଧମନି ଭାବେ କାର୍ଯ୍ୟ କରିଥାଏ ଓ ହୃତପିଣ୍ଡରୁ ସମଗ୍ର ଶରୀରରେ ଅମ୍ଲଜାନ ସଂଚାର କରିଥାଏ । ତାହା ସଙ୍କୁଚିତ ହୋଇଯାଇଥାଏ । ଏହା ଫଳରେ ରୋଗୀ ଉଚ୍ଚ ରକ୍ତଚାପ, ବ୍ରେନ ହେମରେଜ୍ , ଓ କିଡିନୀ ସମସ୍ୟାରେ ଆକ୍ରାନ୍ତ ହେବା ସହ ଦୁଇ ଗୋଡରେ ମଧ୍ୟ ଯନ୍ତ୍ରଣା ଅନୁଭବ କରେ ବୋଲି ଡ. ବେହେରା କହିଥିଲେ ।

ଡ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ଏକ ବିଶେଷଜ୍ଞ ଟିମ୍ ସମ୍ ହସ୍ପିଟାଲ କ୍ୟାଥ୍ ଲ୍ୟାବରେ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ । ଷ୍ଟେଣ୍ଟିଂ ମାଧ୍ୟମରେ ସଙ୍କୁଚିତ ମୁଖ୍ୟ ଧମନିକୁ ଖୋଲିଦିଆଯାଇ ସ୍ୱଭାବିକ ଅବସ୍ଥାକୁ ଅଣାଯାଇଥିଲା ।ଯାହାଦ୍ୱାରା ଶରୀରରେ ରକ୍ତ ପ୍ରବାହ ପକ୍ରିୟା ସ୍ୱଭାବିକ ଅବସ୍ଥାକୁ ଫେରିଆସିଥିଲା । ରୋଗୀ ଜଣକ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ଆଉ ରକ୍ତ ଚାପର ଔଷଧ ସେବନ କରିବାକୁ ପଡୁନାହିଁ ବୋଲି ଡାକ୍ତର କହିଛନ୍ତି । ରୋଗୀଙ୍କ ସମ୍ପୁର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତଭୁକ୍ତ କରାଯାଇଥିଲା ।

Leave A Reply

Your email address will not be published.