Latest Odisha News

BREAKING NEWS

ରବର୍ ବଏଙ୍କ କମାଲ୍, ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁପାରୁଛନ୍ତି 

ପଞ୍ଜାବ: ସାଧାରଣ ମଣିଷ ଲାଗୁଥିବା ଜଣେ ଅସାଧାରଣ ବାଳକ । ଦେଖିବାକୁ ମଣିଷ ଭଳି ସେମ୍ ଟୁ ସେମ୍ । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର୍ଯ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି ନିଆରା ବାଳକର ନାଁ ହେଉଛି ଯଶପ୍ରୀତ ସିଂହ କଲରା । ରବର ବଏ କୁହାଯାଉଥିବା ଏହି ବାଳକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ମନରେ ଗୋଟିଏ ପ୍ରଶ୍ନ ଆସିବ ଏହା କେମିତି ସମ୍ଭବ ? 

ଚମକି ଯିବେ ଯିଏ ଏହି ବାଳକର ଶରୀରର ଫ୍ଳେକ୍ସିବିଲିଟି ଦେଖିବେ । ୨୦ ବର୍ଷିୟ ଯଶପ୍ରୀତ ଅଙ୍ଗ ଗୁଡିକ ନିଜ ମନ ଇଚ୍ଛା ମୋଡି ପାରନ୍ତି । ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁ ପାରନ୍ତି । ଅଣ୍ଟାକୁ ଭାଙ୍ଗି ଓଲଟା ବି ଚାଲି ପାରନ୍ତି । ଅଣ୍ଟାକୁ ମୋଡି ପାରନ୍ତି । ଯେମିତି ଦେହରେ ହାଡ ନାହିଁ ରବର ଲାଗିଛି । 

ଯଶପ୍ରୀତଙ୍କ ଷ୍ଟଣ୍ଟ ଦେଖି ତାଙ୍କୁ ସମସ୍ତେ ରବର ବଏ ବୋଲି ଡାକନ୍ତି । କାରଣ ଯଶପ୍ରୀତ ଏଭଳି ଏକ ବାଳକ ଯିଏ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ନିଜ ଅଣ୍ଟା ମୋଡି ପାରନ୍ତି । ନିଜ ଦୁଇ ହାତକୁ ବୁଲାଇ ପାରନ୍ତି ୩୬୦ ଡିଗ୍ରୀ ପର୍ଯ୍ୟନ୍ତ । ନିଜ ଦୁଇ କାନ୍ଧକୁ ଏକାଠି ଯୋଡି ପାରନ୍ତି । ଗୋଡକୁ ମୋଡି କାନ୍ଧ ପର୍ଯ୍ୟନ୍ତ ଆଣି ପାରନ୍ତି । କେବଳ ସେତିକି ନୁହେଁ ମୁଣ୍ଡ ଓଲଟା କରି କୋଲଡ୍ରିଙ୍ଗସ୍ ବି ପିଇ ପାରନ୍ତି ଯଶପ୍ରୀତ । ତାଙ୍କ ଷ୍ଟଣ୍ଟ ଦେଖିଲେ ତାଙ୍କର ରବର ବଏ ନାଁ ପୁରା ଫିଟ୍ ।

ଯଶପ୍ରୀତଙ୍କ ପରିବାର ଲୋକଙ୍କ କହିବା କଥା, ଯଶପ୍ରୀତଙ୍କ କାରନାମା ପିଲାବେଳୁ ଜଣାପଡିଥିଲା । ଯେବେ ତାଙ୍କୁ ୧୧ ବର୍ଷ ବୟସ ହୋଇଥିଲା । ତାଙ୍କ ବୟସର ପିଲା ଶୋଇବାରେ ବ୍ୟସ୍ତ ଥାନ୍ତି । ହେଲେ ଯଶପ୍ରୀତ ସକାଳ ୫ଟାରୁ ଉଠି ଯୋଗାଭ୍ୟାସରେ ଲାଗି ପଡନ୍ତି । ଯୋଗାଭ୍ୟାସ ବଳରେ ଯଶପ୍ରୀତ ନିଜ ଅଙ୍ଗମାନଙ୍କୁ ଏତେ ଫ୍ଲେଗଜିବୁଲ କରି ଦେଇଛନ୍ତି ଯାହାକୁ କେହି କରିବା ତ ଦୂରର କଥା ଭାବିବା ବି ମୁସ୍କିଲ । ବଡ କଥା ଯଶପ୍ରୀତଙ୍କ ଏହି ଷ୍ଟଣ୍ଟ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ।

ଯଶପ୍ରୀତଙ୍କ ଏହି ଫ୍ଳେଗସିବୁଲ ଟ୍ୟାଲେଣ୍ଟ ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ପୁରସ୍କୃତ କରାଯାଇଛି । ଲିମକାବୁକ ଅଫ୍ ୱାର୍ଲଡ ରେକର୍ଡରେ ତାଙ୍କୁ ବୋନଲେସ୍ ମ୍ୟାନ୍ ଅଫ୍ ଇଣ୍ଡିଆର କିତାବ ମିଳିଛି । ଫେମସ୍ ଟେଲିଭିଜନ୍ ସୋ ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମକୁ ଗଲା ପରେ ସେ ଏବେ ସେଲିବ୍ରିଟି । ଯଶପ୍ରୀତଙ୍କ ଲକ୍ଷ ସିଏ ଏଭଳି କିଛି କରିବେ ଯେଉଁଥିରୁ ପୁରା ଭାରତର ନାଁ ରହିବ । 

Leave A Reply

Your email address will not be published.