Latest Odisha News

କିଏ ହେବେ ଟିମ୍ ଇଣ୍ଡିଆ କୋଚ୍ ! ଆଜି ହେବ ଘୋଷଣା

ମୁମ୍ବାଇ: ଟିମ୍ ଇଣ୍ଡିଆର ନୂଆ କୋଚ୍ ଚୟନ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିସିସିଆଇ ଚୟନ କରିବେ ଭାରତୀୟ କ୍ରିକେଟ ଦଳର ଗୁରୁ । ଏହାବ୍ୟତୀତ କ୍ରିକେଟ ଦଳର ଅନ୍ୟ କିଛି କର୍ମକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା କରିବ ବିସିସିଆଇ ।

ଭାରତୀୟ କ୍ରିକେଟ ଦଳର ନୂଆ କୋଚ୍ ଚୟନ ହେବା ପରେ ଏହାର ଘୋଷଣା ନେଇ ଟ୍ୱିଟ୍ କରି ଜଣାଇଛି ବିସିସିଆଇ ।

ଆଜି ସନ୍ଧ୍ୟାରେ ଯେଉଁ ବୈଠକ ଅନୁଷ୍ଠିତ ହେଉଛି ତାହାର ଅଧ୍ୟକ୍ଷତା କରିବେ ପୂର୍ବତନ କ୍ୟାପଟେନ୍ କପିଳ ଦେବ । ଆଜି ଚୟନ କମିଟି ଦ୍ୱାରା ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଏବଂ ଫିଲ୍ଡିଂ କୋଚଙ୍କ ନାମ ମଧ୍ୟ ଘୋଷଣା କରାଯିବ ।

ଭାରତୀୟ ଟିମର କୋଚ୍ ପଦବୀ ଲାଗି ୬ ଜଣ ବରିଷ୍ଠ କ୍ରିକେଟର୍ ଆଶାୟୀ ରହିଛନ୍ତି । ଏହି ଛଅ ଜଣ କ୍ରିକେଟର୍ ହେଲେ ରବି ଶାସ୍ତ୍ରୀ, ଲାଲଚାନ୍ଦ ରାଜପୁତ, ରବିନ୍ ସିଂହ, ଟମ୍ ମୁଡ଼ି, ଫିଲ୍ ସିମନ୍ସ ଏବଂ ମାଇକ୍ ହେସନ୍ ।

Leave A Reply

Your email address will not be published.