Latest Odisha News

ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି, ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଅଲି ଜାଫରଙ୍କ ବିରୋଧରେ ଯୌନ ଶୋଷଣର ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି । 

୨ ବର୍ଷ ପୂର୍ବରୁ ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ । ଏହାସହ ଖରାପ ଉଦ୍ଦେଶ୍ୟରେ ଷ୍ଟୁଡିଓରେ ତାଙ୍କୁ ଧରିଥିବା ଆରୋପ ମଧ୍ୟ ଲଗାଇଥିଲେ । ଏହାପରେ ମିଶା ଶାଫି ଅଲିଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଚଲାଇଥିଲେ । ଏହି ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ମିଶାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ମିଶାଙ୍କୁ ୩ ବର୍ଷ ଜେଲ କାରାଦଣ୍ଡ ମିଳିଛି ।

ସୂଚନା ଅନୁଯାୟୀ, ମିଶା ଶାଫିଙ୍କ ଅଭିଯୋଗକୁ ଅଲି ଜାଫର ଖାରଜ କରି ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ । ମିଶାଙ୍କ ବିରୋଧରେ ଲଗାଇଥିବା ଆରୋପ ଅଦାଲତରେ ପ୍ରମାଣ କରିପାରିନଥିଲା । ଅଦାଲତ ଏହି ମାମଲାରେ ଫଇସଲା ଶୁଣାଇ ଜାଫରଙ୍କ ପ୍ରତିଷ୍ଠା ଖରାପ କରିବା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ।

Leave A Reply

Your email address will not be published.