Latest Odisha News

ଆଡିଲେଡ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ଆଡିଲେଡ:ଆଡିଲେଡରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ । ମିଡିଲ ଅର୍ଡରରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ବ୍ୟାଟିଂ କରିବେ । ହନୁମାନ ବିହାରୀ ଓ ରିଦ୍ଧିମାନ ଶାହ ଯଥାକ୍ରମେ ୬ ଓ ୭ ସ୍ଥାନରେ ଖେଳିବେ । ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କ ଉପରେ ବୋଲିଂ ଦାୟିତ୍ୱ ନ୍ୟସ୍ତ ରହିବ । ରବୀନ୍ଦ୍ର ଜାଡେଜା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି ।

ଅଧିନାୟକ କୋହଲି ଆଡିଲେଡ ଟେଷ୍ଟ ପରେ ନିଜ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ । ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପଂହଚିଥିଲେ ମଧ୍ୟ ସେ ତୃତୀୟ ଟେଷ୍ଟରୁ ଖେଳି ପାରନ୍ତି । ଡିସେମ୍ବର ୧୭ରେ ପ୍ରଥମ ଦିବାରାତ୍ର ଟେଷ୍ଟ (ଆଡିଲେଡ), ଡିସେମ୍ବର ୨୬ରୁ ଦ୍ୱିତୀୟ ଟେଷ୍ଟ (ମେଲବୋର୍ଣ୍ଣ), ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ (ସିଡନୀ) ଓ ଚତୁର୍ଥ ଟେଷ୍ଟ ୧୫ରୁ (ବ୍ରିସବେନ୍‌) ।

Leave A Reply

Your email address will not be published.