Latest Odisha News

BREAKING NEWS

କୃଷକ ସଂଗଠନକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍; ସରକାର ଏବଂ କୃଷକ କମିଟି ଗଠନ କରି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ୨୦ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଆବେଦନକାରୀମାନେ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଅନୁରୋଧ କରିଥିଲେ ହେଁ ସମସ୍ତ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ମଧ୍ୟ କୃଷକଙ୍କ ପକ୍ଷ ଶୁଣିବାକୁ ଚାହୁଁଛନ୍ତି। ଏହା ସହ କୃଷକ ସଂଗଠନକୁ ଏକ ବିଜ୍ଞପ୍ତି ଜାରି କରାଯିବା ସହିତ ସରକାରୀ କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ କୁହାଯାଇଛି ଯେ ଜାତୀୟ ସମସ୍ୟାର ସହମତି ଭିତ୍ତିରେ ସମାଧାନ ହେବା ଉଚିତ, ଏପରି ପରିସ୍ଥିତିରେ କମିଟି ପ୍ରସ୍ତୁତ କରି ଶୀଘ୍ର ଆଲୋଚନା ହେବା ଉଚିତ। କୋର୍ଟଙ୍କ ତରଫରୁ କୃଷକ ସଂଗଠନକୁ ନୋଟିସ ଦିଆଯାଇଛି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ଏବଂ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟ କୃଷକ ସଂଗଠନ ତଥା କେନ୍ଦ୍ର ସରକାର, ହରିୟାଣା ସରକାର ଏବଂ ପଞ୍ଜାବ ସରକାରଙ୍କୁ ନୋଟିସ୍ ପଠାଇଛନ୍ତି।

Leave A Reply

Your email address will not be published.