Latest Odisha News

BREAKING NEWS

ପରୀର ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ! ଅଭିଯୁକ୍ତ ଚିହ୍ନଟ ହୋଇଥିବା ସୂଚନା

ଭୁବନେଶ୍ବର: ନୟାଗଡ ଯଦୁପୁର ପରୀ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ । ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଥ୍ୟ ଦିଆଯାଇଛି । ଏଥି ସହ ଅଭିଯୁକ୍ତକୁ ଚିହ୍ନଟ ସରିଛି । ଆଉ କିଛି ସମୟ ପରେ ଏସଆଇଟି ପକ୍ଷରୁ ଏ ନେଇ ସୂଚନା ଦିଆଯିବ । ପରୀର ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମନରୁ ଦୁଷ୍କର୍ମ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦିଆଯାଇଛି ।

ହତ୍ୟାର ଦୀର୍ଘ ଚାରି ମାସ ପରେ ଏହି ଘଟଣା ଉପରୁ ପରଦା ହଟିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ,  ପ୍ରାୟ ୪ ମାସ ତଳେ ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରେ ଖୋଜାଖୋଜି ବେଳେ ପରୀର ମୃତଦେହ ମିଳିଥିଲା । ସେପେଟେ ଏହି ଘଟଣାରେ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ମନ୍ପତ୍ରୀରୀ ଅରୁଣ ସାହପୁଙ୍ରକ ସହଯୋଗୀ ବାବୁଲିର ସଂପୃକ୍ତି ନେଇ ଅଭିଯୋଗ ବି ଉଠିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.