ମୁମ୍ବାଇ: ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବା ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହି ଗସ୍ତରେ ଭାରତୀୟ କ୍ରିକେଟ ଦଳ ୩ ଦିନିକିଆ ଓ ୫ ଟି୨୦ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଗସ୍ତରେ ଭାରତର ଦୁଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଏହା ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ନାମ ଉଠୁଛି । ୨୨ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସୀମିତ ଓଭର ମୁକାବିଲା ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଚୟନ କମିଟି ମୁଖ୍ୟ ଚେତନ ଶର୍ମା ଇଂଲଣ୍ଡରେ ରୋହିତ ଶର୍ମା, କୋହଲି, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କ ସହ ଏ ନେଇ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତି ନେବେ । ଇଂଲଣ୍ଡ ବିପକ୍ଷ ଟି୨୦ ପାଇଁ ଭାରତୀୟ ଦଳ ସାଉଥାମ୍ପଟନ ଗସ୍ତରେ ଯାଇ ସାରିଛନ୍ତି । ରୋହିତ ଶର୍ମା ଦ୍ୱିତୀୟ ଟି୨୦ ପୂର୍ବରୁ ଦଳ ସହିତ ଯୋଗ ଦେବେ । ସେ ଏବେ ବର୍ମିଂହାମରେ ଅଛନ୍ତି ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.