ମୁମ୍ବାଇ: ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବା ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହି ଗସ୍ତରେ ଭାରତୀୟ କ୍ରିକେଟ ଦଳ ୩ ଦିନିକିଆ ଓ ୫ ଟି୨୦ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଗସ୍ତରେ ଭାରତର ଦୁଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଏହା ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ନାମ ଉଠୁଛି । ୨୨ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସୀମିତ ଓଭର ମୁକାବିଲା ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଚୟନ କମିଟି ମୁଖ୍ୟ ଚେତନ ଶର୍ମା ଇଂଲଣ୍ଡରେ ରୋହିତ ଶର୍ମା, କୋହଲି, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କ ସହ ଏ ନେଇ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତି ନେବେ । ଇଂଲଣ୍ଡ ବିପକ୍ଷ ଟି୨୦ ପାଇଁ ଭାରତୀୟ ଦଳ ସାଉଥାମ୍ପଟନ ଗସ୍ତରେ ଯାଇ ସାରିଛନ୍ତି । ରୋହିତ ଶର୍ମା ଦ୍ୱିତୀୟ ଟି୨୦ ପୂର୍ବରୁ ଦଳ ସହିତ ଯୋଗ ଦେବେ । ସେ ଏବେ ବର୍ମିଂହାମରେ ଅଛନ୍ତି ।
BREAKING NEWS
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
Comments are closed.