Latest Odisha News

BREAKING NEWS

ଅମ୍ଳଜାନ ଅଭାବ ଯୋଗୁ ଚାଲିଗଲା ୭ ଜଣ କରୋନା ରୋଗୀଙ୍କ ଜୀବନ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସରକାରୀ ଡାକ୍ତରଖାନାରେ ପୁଣି ଅମ୍ଳଜାନ ‌ଅଭାବ ଯୋଗୁ ଚାଲିଗଲା ୭ ଜଣଙ୍କ ଜୀବନ। ହାଇଦ୍ରାବାଦରସ୍ଥିତ କିଙ୍ଗ୍‌ କୋଟି ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ଯୋଗୁ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୋଗୀଙ୍କ ନିକଟରେ ଅମ୍ଳଜାନ ପହଞ୍ଚିବାରେ ବିଳମ୍ବ ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଅମ୍ଳଜାନ ଯୋଗାଣରେ ବାଧା ଉପୁଜିବାରୁ ଏ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସହାୟତା ମାଗିଥିଲେ ସୁଦ୍ଧା ଅମ୍ଳଜାନ ଟ୍ୟାଙ୍କର ସଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚିପାରି ନଥିଲା। ଯାହା ଫଳରେ ଏଭଳି ଦୁଘର୍ଟଣା ଘଟିଥିଲା।

Leave A Reply

Your email address will not be published.