Latest Odisha News

BREAKING NEWS

ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ

ଆଡିଲେଡ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ମୁକାବିଲାରେ ବୁଧବାର ଭାରତ-ବାଂଲାଦେଶ ପରସ୍ପରକୁ ଭେଟିବେ । ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏହି ମୁକାବିଲା ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଉଭୟ ଟିମ ୪ ପଂଏଟ ହାସଲ କରିଛନ୍ତି । ରନରେଟ ଆଧାରରେ ଭାରତ ଆଗରେ ରହିଛି । ତେବେ ପାଣିପାଗ ରିପୋର୍ଟ ଅନୁସାରେ ବର୍ଷା ଭାରତ ପାଇଁ ଖଳନାୟକ ସାଜିପାରେ । ତେବେ ଅଷ୍ଟ୍ରେଲିଆରେ ପାଗ ବହୁତ ଜଲଦି ବଦଳି ଯାଉଥିବାରୁ ଆଗୁଆ କିଛି ଭବିଷ୍ୟବାଣୀ କରିବା ଠିକ ହେବନି । ବର୍ତମାନ ୩୦ରୁ ୬୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି । ଟିମ ଇଣ୍ଡିଆ ବାଂଲାଦେଶକୁ ହରାଇ ସହଜରେ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ଭାରତ ଏହି ମ୍ୟାଚରେ ହାରିଲେ ତାହାହେଲେ ଶେଷ ମ୍ୟାଚରେ ଜିମ୍ବାୱେକୁ ହରାଇ ୬ ପଂଏଟ ହାସଲ କରିବ । ସେହିପରି ବାଂଲାଦେଶ ଭାରତ, ପାକିସ୍ତାନକୁ ହରାଇ ୮ ପଂଏଟ ସହ ସେମିରେ ପ୍ରବେଶ କରିବାକୁ ଚାହିଁବ । ଅପରପକ୍ଷରେ ଭାରତ ପରାଜିତ ହେଲେ ପାକିସ୍ତାନ ତାର ଶେଷ ୨ ମ୍ୟାଚ ଜିତି ୬ ପଂଏଟ ହାସଲ କରିବାକୁ ଚାହିଁବ । ଏହା ହେଲେ ରନରେଟ ଅଧିକ ଦଳ ସେମିକୁ ଉନ୍ନୀତ ହେବ ।

ଏଠାକାର ପିଚ ବ୍ୟାଟ୍ସମ୍ୟାନକୁ ସୁହାଇବ ବୋଲି ଅନୁମାନ କରାଯାଉଛି । ଯିଏ ପ୍ରଥମେ ବ୍ୟାଟିଂ କରିବ ସେହି ଦଳ ନିଶ୍ଚିତ ଭାବେ ବଡ ସ୍କୋର କରିବାକୁ ଚାହିଁବ । ଭାରତ ଓ ବାଂଲାଦେଶ ମଧ୍ୟରେ ୧୧ଟି ମ୍ୟାଚ ଖେଳାଯାଇଛି । ଭାରତ ୧୦ ମ୍ୟାଚରେ ବିଜୟ ହାସଲ କରି ଆଗରେ ରହିଛି । କେଏଲ ରାହୁଲ, ଦୀନେଶ କାର୍ତିକ ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ଉତ୍ସାହଜନକ ରହି ନାହିଁ । ଏମାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯିବ କି ନାହିଁ ତାହା ଟିମ ମ୍ୟାନେଜମେଂଟ ସ୍ଥିର କରିପାରନି । ବ

Leave A Reply

Your email address will not be published.