Latest Odisha News

ବିଜେଇଏମ ସ୍କୁଲ -୨ ରେ ଅଟଳ ଟିଙ୍କରିଙ୍ଗ ଲ୍ୟାବର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ତିନି ଦିନ ଧରି ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ୨ର ଅଟଲ ଟିଙ୍କରିଙ୍ଗ ଲ୍ୟାବର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ସମ୍ମାନନୀୟ ଅତିଥି ଦୁର୍ଗା ପ୍ରସାଦ ଗୌଡ (ଚିଫ ଅପରେଟିଙ୍ଗ ଅଫିସର,ଏଆଇସି ନାଳନ୍ଦା) ମୁଖ୍ୟବକ୍ତା ରୂପେ ମାନସ କୁମାର
ସାମନ୍ତରାୟ(ପ୍ରୋଗ୍ରାମ ମ୍ୟାନେଜର ଏଆଇସି ନାଳନ୍ଦା) ଯୋଗ ଦେଇଥିଲେ ।

ଏହା ସହ ବିଜେ ଶିକ୍ଷା ପରିଷଦର ପରିଚାଳକ ପ୍ରତାପ କୁମାର ଜେନା, ସହ ପରିଚାଳକ ସଂଗ୍ରାମ କେଶରୀ ନାୟକ, ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ମନୋରଞ୍ଜନ ବେଜ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ଏଟିଏଲ ସଂଯୋଜିକା ଶୁଭଶ୍ରୀ ପଣ୍ଡା ଓ ମେଣ୍ଟର ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ସମ୍ପାଦିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଶିକ୍ଷଣୀୟ କାର୍ଯ୍ୟକ୍ରମରେ ସହରର ଜଣାଶୁଣା ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ବୈଜ୍ଞାନିକ ଚିନ୍ତାଧାରା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ବିଶିଷ୍ଟ ବୈଜ୍ଞାନିକଙ୍କ ଦ୍ୱାରା ଶିକ୍ଷଣୀୟ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ବିଶେଷ ଜ୍ଞାନ ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀମାନଙ୍କର ବିକାଶଶୀଳ ପ୍ରକଳ୍ପର ମୂଲ୍ୟାୟନ କରି ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବରେ ବିଜେଇଏମ-୨ର ଛାତ୍ରୀ ଅଦିତୀ ଦାସଙ୍କୁ ଅଟଲ ଟିଙ୍କରିଙ୍ଗ ଲ୍ୟାବ ତରଫରୁ ବ୍ରାଣ୍ଡ ଆମ୍ବାସେଡର ରୂପେ ସମ୍ମାନିତ କରାଯାଇଥିଲା । ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କର ବୈଜ୍ଞାନିକ ଚିନ୍ତା ଓ ଦକ୍ଷତାକୁ ବିକଶିତ କରି ରାଷ୍ଟ୍ରର ଉନ୍ନତି ପଥରେ ଆଗେଇ ନେବା ।

Leave A Reply

Your email address will not be published.