ବ୍ୟୁରୋ: ଦ୍ୱିତୀୟ ଟି-ଟ୍ୱେଂଟି ଜିତିଲା ଭାରତ । ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହାରଇଲା ଟିମ୍ ଇଣ୍ଡିଆ । ୫ମ୍ୟାଚ୍ ବିଶିଷ୍ଟ ସିରିଜରେ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ୧୮୧ ରନର ଟାର୍ଗେଟକୁ ୬ ୱିକେଟ ହରାଇ ହାସଲ କଲା ଭାରତ । ଭାରତ ପକ୍ଷରୁ ତିଲକ ବର୍ମାଙ୍କ ଅପରାଜେୟ ଅର୍ଦ୍ଧଶତକ ବଳରେ ଭାରତ ଏହି ଦ୍ୱିତୀୟ ଟି-ଟ୍ୱେଂଟି ମ୍ୟାଚ୍ ଜିତିଛି । ୨୬ବଲରେ ୫୧ରନ୍ କରିଛନ୍ତି ତିଲକ୍ । ପ୍ଲେୟାର ଅପ୍ ଦ ମ୍ୟାଚ୍ ହେଉଛନ୍ତି ତିଲକ । ସେପଟେ ନମନ ଧୀରଙ୍କ ଲଢୁଆ ୩୧ରନ୍ ଓ ନୀତିଶ ରେଡୀଙ୍କ ଅପରାଜେୟ ୨୬ରନ୍ ଟିମ୍ ସ୍କୋରକୁ ଆହୁରି ଶକ୍ତିଶାଳୀ କରାଇଥିଲା । ହେଲେ ନିରାଶ କଲେ ଅଧିନାୟକ ଶ୍ରେୟସ, ସଂଜୁ, ବୈଭବ । ବ୍ୟାଟିଂରେ ବିଫଳ ହେଲେ ଏହି ୩ ଖେଳାଳି । କେବଳ ସେତିକି ନୁହେଁ ନ୍ୟୁଜିଲାଣ୍ଡର ଖରାପ ଫିଲଡିଂର ଫାଇଦା ଉଠାଇଛି ଭାରତ । ଖ୍ରୀଷ୍ଟଚର୍ଚ୍ଚରେ ଖେଲାଯାଉଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଖରାପ ଫିଲଡିଂ ଯୋଗୁ ଭାରତର ୪ଜଣ ବ୍ୟାଟର ଜୀବନଦାନ ପାଇଗଲେ । ଫଳରେ ୭୦ରନରେ ୫ ୱିକେଟ ହରାଇ ସଙ୍କଟରେ ଥିବା ଭାରତ ୧୮୧ ରନର ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲା ।
ଗ୍ଲେନ୍ ଫିଲିମ୍ସ ଓ ମିଚେଲଙ୍କ ଚମତ୍କାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ସିରିଜ୍ ବରାବର କରିବାର ନିକଟତର ହୋଇଥିଲା । ହେଲେ ଫିଲଡିଂ ତ୍ରୁଟିପୂର୍ଣ୍ଣ ଥିବାରୁ ପୁଣି ଭାରତକୁ ମ୍ୟାଚକୁ ଫେରିବାର ସୁଯୋଗ ମିଲିଲା । ତିଲକ ବର୍ମା, ନମନ ଧୀର ଓ ନୀତିଶ କୁମାର ରେଡୀ ଭାରତୀୟ ବ୍ୟ।ଟିଂ ଲାଇନ-ଅପକୁ ଅଧିକ ମଜବୁତ କରିଥିଲେ । ପ୍ରଥମ ମ୍ୟାଚ୍ ଖେଳାଯାଇଥିବା ପିଚ୍ରେ ହିଁ ଦ୍ୱିତୀୟ ମ୍ୟାଚ୍ ଖେଲାଯାଇଥିଲା । କିନ୍ତୁ ୪୮ ଘଂଟା ପୂର୍ବ ତୁଳନାରେ ଏଠାରେ ବାଉଣ୍ଡ୍ରି ମାରିବା ସହଜ ନଥିଲା ।
BREAKING NEWS
- ସମ୍ଭାବ୍ୟ ବାତ୍ୟା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜିରୋ କାଜୁଆଲିଟି…
- Vijay’s Big Aviation Move: ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ…ସାବାସୀ ଦେଲେ ମୋଦୀ ସରକାର!
- ଦ୍ୱିତୀୟ T-20 ଜିତିଲା ଭାରତ
- ପିଏମ ଇ-ବସ୍ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ
- ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଗିରଫ
- Plane Crash: ଟ୍ରେନିଂ ବେଳେ ଦୁଇ ବିମାନ ପରସ୍ପର ଧକ୍କା, ୪ ପାଇଲଟ ମୃତ
- ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା : ୪ ଜଣ ପାଇଲଟଙ୍କ ମୃତ୍ୟୁ
- ଅକ୍ଟୋବର ୨୫ ପାଇଁ କମିଶନରେଟ୍ ପୋଲିସର ରୁଟ୍ ଚାଟ୍
- Netanyahu dials PM Modi: ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମୋଦୀଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ! ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ସହ ଜଳାଇବେ ମଶାଲ…
- ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଲେ କିରେନ୍ ପୋଲାର୍ଡ
