Latest Odisha News

BREAKING NEWS

ୟୁଟ୍ୟୁବ ଦେଖି ସର୍ଜରୀ କରୁଥିଲେ, ଚାଲିଗଲା ନାବାଳକ ଜୀବନ

ପାଟନା: ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗଲ୍ ବ୍ଲାଡରରୁ ଷ୍ଟୋନ ବାହାର କରିବା ପାଇଁ ଅପରେସନ୍ କରିଥିଲେ ଡାକ୍ତର। ଯାହା ଫଳରେ ବିହାରର ସରନରେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଛି। ଅପରେସନ୍ ବେଳେ ସ୍ବାସ୍ଥ୍ଯ ଅବସ୍ଥା ଖରାପ ହେବାରୁ ନକଲି ଡାକ୍ତର ଆମ୍ବୁଲାନ୍ସ ଯୋଗେ ପାଟନାସ୍ଥିତ ଏକ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ ରାସ୍ତାରେ ସେ ମୃତ୍ୟୁବରଣ କରିଥିଲେ। ଯାହାପରେ ମେଡିକାଲ ଷ୍ଟାଫମାନେ ଡାକ୍ତରଖାନାରେ ମୃତଦେହ ଛାଡି ଘଟଣାସ୍ଥଳରୁ ପଳାଇଥିଲେ ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

ପିଲାଟି ଅନେକ ଥର ବାନ୍ତି କରିବା ପରେ ତାଙ୍କୁ ସରନର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କିଛି ସମୟ ପରେ ବାନ୍ତି ବନ୍ଦ ହୋଇଯାଇଥିଲା। କିନ୍ତୁ ଡାକ୍ତର ସର୍ଜରୀ ପାଇଁ କହିବା ସହ ଅପରେସନ କରିଥିଲେ। ଏପରିକି ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରିଥିଲେ ବୋଲି କହିଛନ୍ତି ପରିବାର ବର୍ଗ।

ଏନେଇ ପରିବାର ବର୍ଗ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ନକଲି ଡାକ୍ତର ଅଜିତ କୁମାର ପୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.