ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଧାରାବାହିକ ‘ନାଗିନ୍ ୬’ ରୁୁ ବିଦାୟ ନେଇଛନ୍ତି । ଏଥିରେ ତେଜସ୍ୱୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ସେଥିଲାଗି ସେ ପ୍ରତ୍ୟେକ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେଜସ୍ୱୀ ଅନ୍ୟ ଏକ ଧାରାବାହିକରେ ଅଫର ପାଇଥିବାରୁ ଏହାକୁ ବାଏ ବାଏ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଣାଯାଇଛି ଯେ, ଛୋଟ ପରଦାର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ତାଲିକାରେ ତେଜସ୍ୱୀ ଅନ୍ତର୍ଭୁକ୍ତ । ସେ ଗୋଟେ ଏପିସୋଡ୍ ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ନେଇଥାନ୍ତି । ଏବେ ସେ ଏପିସୋଡ୍ ପିଛା ଅଧିକ ଚାର୍ଜ କରୁଥିବା କାରଣରୁ ଏହି ଧାରାବାହିକରୁ ବିଦାୟ ନେଉଥିବା ଜଣାଯାଇଛି ।
ଆହୁରି ଜଣାଯାଇଛି ଯେ, ଗତ ବର୍ଷ ଆରମ୍ଭ ହୋଇଥିବା ନାଗିନ୍ ୬ ଧାରାବାହିକର ଟିଆରପି ବି ଧୀରେ ଧୀରେ କମିବାକୁ ଲାଗିଛି । ତେଣୁ ନିର୍ମାତାମାନେ ଏହାକୁ ଖୁବ୍ଶୀଘ୍ର ବନ୍ଦ କରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
Comments are closed.