ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଧାରାବାହିକ ‘ନାଗିନ୍ ୬’ ରୁୁ ବିଦାୟ ନେଇଛନ୍ତି । ଏଥିରେ ତେଜସ୍ୱୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ସେଥିଲାଗି ସେ ପ୍ରତ୍ୟେକ ଘରେ ଘରେ ପରିଚିତ ହୋଇପାରିଛନ୍ତି । ତେଜସ୍ୱୀ ଅନ୍ୟ ଏକ ଧାରାବାହିକରେ ଅଫର ପାଇଥିବାରୁ ଏହାକୁ ବାଏ ବାଏ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଣାଯାଇଛି ଯେ, ଛୋଟ ପରଦାର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ତାଲିକାରେ ତେଜସ୍ୱୀ ଅନ୍ତର୍ଭୁକ୍ତ । ସେ ଗୋଟେ ଏପିସୋଡ୍ ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ନେଇଥାନ୍ତି । ଏବେ ସେ ଏପିସୋଡ୍ ପିଛା ଅଧିକ ଚାର୍ଜ କରୁଥିବା କାରଣରୁ ଏହି ଧାରାବାହିକରୁ ବିଦାୟ ନେଉଥିବା ଜଣାଯାଇଛି ।
ଆହୁରି ଜଣାଯାଇଛି ଯେ, ଗତ ବର୍ଷ ଆରମ୍ଭ ହୋଇଥିବା ନାଗିନ୍ ୬ ଧାରାବାହିକର ଟିଆରପି ବି ଧୀରେ ଧୀରେ କମିବାକୁ ଲାଗିଛି । ତେଣୁ ନିର୍ମାତାମାନେ ଏହାକୁ ଖୁବ୍ଶୀଘ୍ର ବନ୍ଦ କରିଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.