Latest Odisha News

BREAKING NEWS

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ ।

ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ ଆସିବାକୁ ଥିବାବେଳେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ ଆସିଛି । ଆଉ ଅବଶିଷ୍ଟାଂଶ କାଠ କ୍ରମାଗତରେ ଆସିବ ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡର ଆବଶ୍ୟକତା ରହିଛି । ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ଅଛି । ପୂର୍ବରୁ ପୁରୀ ରଥଖଳାକୁ ୧୦୪ ଖଣ୍ଡ କାଠ ପହଞ୍ଚିଥିବା ବେଳେ ଖପୁରିଆ କରତ କଳକୁ ୮୧ ଖଣ୍ଡ କାଠ ଦିଆଯାଇଛି ।

Leave A Reply

Your email address will not be published.