Latest Odisha News

BREAKING NEWS

ତେଲେଙ୍ଗାନା ଫୋନ୍ ଟ୍ୟାପିଂ ବିବାଦ: ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ନମ୍ବର ୧ ଅଭିଯୁକ୍ତ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଫୋନ ଟ୍ୟାପିଂ ବିବାଦ ଦେଖାଦେଇଛି । ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋ ତଥା ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କ ନାଁରେ ଫୋନ୍ ଟାପିଂ ନେଇ ସଙ୍ଗୀନ ଅଭିଯୋଗ ରହିଛି । ବିଆରଏସ୍ ସରକାର ସମୟରେ ରାଓଙ୍କ ନିର୍ଦ୍ଦେଶରେ ବିରୋଧୀଦଳର ନେତାଙ୍କ ଫୋନ୍ କୁ ବେଆଇନ ଭାବେ ଟ୍ୟାପ୍ କରି ତଥ୍ୟ ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ରାଓଙ୍କ ବିରୋଧରେ ଲୁକ୍ ଅଉଟ୍ ନୋଟିସ୍ ଜାରି କରାଯାଇଛି । ଏବେ ସେ ଆମେରିକାରେ ଥିବା ମଧ୍ୟ ଜଣାପଡ଼ିଛି । ରାଓଙ୍କ ଏପରି କାର୍ଯ୍ୟାକଳାପ ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନ ସମେତ ଆହୁରି ଅନେକ ସ୍ଥାନରେ ସର୍ଚ୍ଚ କରାଯାଇଥିଲା । ଏଥିରେ ତେଲୁଗୁ ଟିଭି ଚ୍ୟାନେଲ ଆଇ ନ୍ୟୁଜ ଚଳାଉଥିବା ଶ୍ରବଣ ରାଓ ମଧ୍ୟ ସାମିଲ ଥିବା ଜଣାପଡିଛନ୍ତି । ଶ୍ରବଣଙ୍କ ବାସଭବନ ସମେତ ଆଉ ୧୨ଟି ସ୍ଥାନରେ ମଧ୍ୟ ସର୍ଚ୍ଚ କରାଯାଇଛି ।

ଶ୍ରାବଣ ରାଓ ଯିଏକି ଏବେ ବିଦେଶରେ ରହୁଥିବା କୁହାଯାଉଛି । ସେ ଇସ୍ରାଏଲରୁ ଆଣିଥିବା ଫୋନ୍ ଟ୍ୟାପିଂ ଯନ୍ତ୍ର ଏବଂ ସର୍ଭର କୁ ଏକ ସ୍ଥାନୀୟ ବିଦ୍ୟାଳୟ ପରିସରରେ ସ୍ଥାପନ କରିଥିବା ଅଭିଯୋଗ ହୋଇଛି ।

ସିଟି ଟାସ୍କ ଫୋର୍ସରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ପୋଲିସ ରାଧା କିଶନ ରାଓଙ୍କୁ ମଧ୍ୟ ଏହି ଲିଷ୍ଟରେ ସାମିଲ କରାଯାଇଛି । ତାଙ୍କ ବିରୁଦ୍ଧରେ ମଧ୍ୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ ତେଲେଙ୍ଗାନାର ଆହୁରି ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ।

ଫୋନ୍ ଟ୍ୟାପିଂ ଘଟଣାରେ ୩ ଜଣ ଅତିରିକ୍ତ ଏସପି ଙ୍କୁ ଗିରଫ କରାଯାଇଛି । ଏମାନେ କିଛି ଲୋକଙ୍କ ଉପରେ ନଜର ରଖୁଥିଲେ ଓ ନୂଆ ସରକାର ଆସିବା ପୂର୍ବରୁ ସବୁ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଗିରଫ ପୋଲିସ ଅଧିକାରୀମାନେ ପ୍ରଭାକର ରାଓଙ୍କ ନିର୍ଦ୍ଦେଶରେ ପ୍ରମାଣ ନଷ୍ଟ କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସ୍ବୀକାର କରିଛନ୍ତି ।

ବେଆଇନ ଭାବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ରେବନ୍ଥ ରେଡ୍ଡୀଙ୍କ ଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ ଓ ବିଆରଏସ୍‌ ର କିଛି ନେତାଙ୍କ ଉପରେ ନଜର ରଖାଯାଇଥିଲା । ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିଲା ।

Leave A Reply

Your email address will not be published.