Latest Odisha News

BREAKING NEWS

ଆଜି ରିଲିଜ୍ ହେଲା ସାରା ଓ ସୁଶାନ୍ତଙ୍କ ଅଭିନୀତ ‘କେଦାରନାଥ’

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଛି ସୁଶାନ୍ତ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ।

୨୦୧୩ ମସିହାରେ କେଦାରନାଥରେ ହୋଇଥିବା ପ୍ରାକୃତିକ ଦୁର୍ବିପାକର ଘଟଣାବଳୀକୁ ଆଧାର କରି ଏହି ଫିଲ୍ମଟି ଗଢି ଉଠିଛି । ଫିଲ୍ମଟି ନିର୍ମାଣାଧିନ ଅବସ୍ଥାରୁ ହିଁ ବହୁ ବାଦ ବିବାଦ ମଧ୍ୟରେ ଫସି ରହିଥିଲା । କେଦାରନାଥ ନାମକରଣକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

ଫିଲ୍ମ ସୁଟିଂ ଅଧାରୁ ବନ୍ଦ ହୋଇଥିଲା ଏହାର ପ୍ରଯୋଜିକା ପ୍ରେରଣା ଅରୋରା ଏବଂ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ବିବାଦରୁ । ତେବେ ଯାହାବି ହେଉ ବହୁ ଘାତ ପ୍ରତିଘାତ ମଧ୍ୟରେ ଆଜି ‘କେଦାରନାଥ’ ରିଲିଜ୍ ହୋଇଛି ।

ବଲିଉଡ଼ର ଭେଟେରାନ୍ ଅଭିନେତ୍ରୀ ଅମ୍ରିତା ସିଂହ ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ କନ୍ୟା ହେଲେ ସାରା ଅଲ୍ଲୀ ଖାନ୍ । କେଦାରନାଥ ହେଉଛି ପଚିଶ ବର୍ଷୀୟା ସୁନ୍ଦରୀ ସାରାଙ୍କର ଡ଼େବ୍ୟୁ ଫିଲ୍ମ । ବାପା-ମାଆଙ୍କର ଅଭିନୟ ଚାତୁରୀ ସାରାଙ୍କଠାରେ ରହିଛି । ବହୁ ପୂର୍ବରୁ ବଡ଼ ପରଦାରେ ସାରା ଅଭିନୟ କରିବାକୁ ମନ ବଳାଇଥିଲେ ମଧ୍ୟ ବାପା ସୈଫ୍୍ ରୋକଠୋକ୍ ମନା କରିଦେଇଥିଲେ । ଅଧ୍ୟୟନ ସାରିବା ପରେ ଅଭିନୟରେ ପାଦ ଦେବାକୁ ସୈଫ୍ ସେବେ ଉପଦେଶ ଦେଇଥିଲେ ସାରାଙ୍କୁ । ସାରାଙ୍କ ଅଭିନୟରେ ମାଆ ଅମ୍ରିତା ବେଶ୍ ସନ୍ତୁଷ୍ଟ ।

ବଲିଉଡ଼ର ଏବେ ବ୍ୟସ୍ତ ଅଭିନେତା ହେଲେ ସୁଶାନ୍ତ ରାଜପୁତ । ସୁଶାନ୍ତଙ୍କ ପରି ଜଣେ ଭଲ ଅଭିନେତାଙ୍କ ସହିତ ସାରା ଅଭିନୟ ଆରମ୍ଭ କରିଥିବାରୁ ସେ ଖୁବ୍ ଆନନ୍ଦିତ ବୋଲି ସାରା କହିଛନ୍ତି । ଫିଲ୍ମଟି ବଡ଼ ପରଦାକୁ ଆସିବା ପୂର୍ବରୁ ସୁଶାନ୍ତ ରାଜପୁତ ସାରାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଛନ୍ତି । ସୁଶାନ୍ତ ପ୍ରଶଂସା କରି କହିଛନ୍ତି, ସାରାଙ୍କର ନିଖୁଣ ଅଭିନୟ ଲାଗି ତାଙ୍କର ଅଭିନେତା ପିତାମାତା ହିଁ ଦାୟୀ ।

Leave A Reply

Your email address will not be published.