Latest Odisha News

BREAKING NEWS

ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ : ଓଡିଶା ପୋଲିସ୍

ଭୁବନେଶ୍ୱର: ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବାକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ଘୋଷଣା କରାଯାଇଥିବାରୁ ଏହି କ୍ଷେତ୍ରକୁ ସରକାରଙ୍କ ନିର୍ଦ୍ଦେଶିତ କରୋନା ଲକ୍‌ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଥିବା ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପି, ସମସ୍ତ ରେଞ୍ଜ୍ ର ଡିଆଇଜି. ଆଇଜି ଏବଂ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍‌ର ଡେପୁଟି କମିଶନର ଓ କମିଶନରଙ୍କୁ ଏସଂକ୍ରାନ୍ତରେ କରାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି । ଏଥି ସହିତ ତଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ଏହା ସୂଚିତ କରିବାକୁ ଏହି ଚିଠିରେ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ସଚିବ ଅଂଶୁ ପ୍ରକାଶ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଙ୍ଗଳବାର ଏକ ଚିଠି ଲେଖିଥିଲେ । କୋଭିଡ୍‌୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଟେଲିକମ୍ ସେବା ଜାରି ରଖିବା ଦିଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ଏଥିରେ ଅନୁରୋଧ କରାଯାଇଥିଲା ।

କେତେକ ସ୍ଥାନରେ ଲକ୍‌-ଡାଉନ୍ ପାଇଁ ପ୍ରଶାସନ ଦ୍ୱାରା ଟେଲିକମ୍ ସେବା ଯୋଗାଇଥିବା ସଂସ୍ଥାଗୁଡିକର ନେଟ୍‌ୱର୍କ ଅପରେସନ୍ ସେଣ୍ଟର ଓ କଲ୍ ସେଣ୍ଟରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଥିବା ପରିପ୍ରେକ୍ଷୀରେ ଏଭଳି ନକରିବାକୁ ତଳ ସ୍ତରର ଅଧିକାରୀଙ୍କୁ ସୁଚନା ଦେବାକୁ ସେ ଲେଖିଥିଲେ । ଏଥିସହିତ ଟେଲିକମ୍ ସେବା ଯୋଗଉଥିବା ସଂସ୍ଥାଗୁଡିକ କୌଣସି ସମସ୍ୟାର ସମ୍ମୁ୍‌ୁଖୀନ ହେଲେ ସୁବିଧାରେ ଯୋଗାଯୋଗ କରିବା ପାଇଁ ଜଣେ ନୋଡାଲ୍ ଅଧିକାର ମନୋନୀତ କରିବାକୁ ଏଥିରେ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.