Latest Odisha News

BREAKING NEWS

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) ।

ମାର୍ଚ୍ଚ’ ୨୩ରୁ ବାହ୍ୟ ରୋଗୀ ବିଭାଗ, ସ୍ପେସିଆଲିଟି ସର୍ଭିସେସ୍ ଓ ନୂଆ ପୁରୁଣା ରୋଗୀଙ୍କ ଫଲୋଅପ୍ ବନ୍ଦ ରହିଥିଲା । ନ୍ୟୁଜ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ରବିବାର ସୁଦ୍ଧା ଟେଲି ପରାମର୍ଶ ବ୍ୟବସ୍ଥା ଆରମ୍ଭ ହେବାର ସମ୍ଭାବନା ରହିଛି ।

କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ’ ୨୩ରୁ ବାହ୍ୟ ରୋଗୀ ବିଭାଗର କାର୍ଯ୍ୟକାରିତାକୁ ଏମ୍ସ ସ୍ଥଗିତ ରଖିଥିଲା । ପୁରୁଣା ତଥା ଫଲୋଅପ୍ ରୋଗୀଙ୍କ ସୁବିଧା ପାଇଁ ଏମ୍ସ ଟେଲି ପରାମର୍ଶ ଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ।

ଅନ୍ୟପଟେ ବହୁ ରୋଗୀଙ୍କର ଡାକ୍ତରଙ୍କ ସହ ଆପୋଏଣ୍ଟମେଣ୍ଟ ବାତିଲ ହୋଇଥିଲେ ବି ଟେଲି କଲିଂ ଜରିଆରେ ପୁରୁଣା ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ବୋଲି ଏମ୍ସ ଡାଇରେକ୍ଟର ଡା.ରଣଦୀପ ଗୁଲେରିଆ ଜଣାଇଛନ୍ତି ।

Leave A Reply

Your email address will not be published.