Latest Odisha News

BREAKING NEWS

ଦୁଷ୍କର୍ମର ଶିକାର ହେଲେ ଅଭିନେତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ତେଲୁଗୁ ଅଭିନେତ୍ରୀ ସାଉଥ୍ ମୁମ୍ବାଇର ଜଣେ ଫିଟନେସ୍ ଟ୍ରେନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ବିବାହ କରିବାର ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ଟ୍ରେନସର ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ। ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ମୁମ୍ବାଇର କଫ୍ ପ୍ୟାରେଡ ଥାନାରେ ଦୁଷ୍କର୍ମ ଏବଂ ଜୀବନରୁ ମାରିଦେବା ଧମକ ଭଳି ସଙ୍ଘିନ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପୀଡିତା ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକଙ୍କ ପରିବାରର ଅଟନ୍ତି। ପୀଡିତା ଏବଂ ଅଭିଯୁକ୍ତ ପ୍ରଥମ ଥର ପାଇଁ ଯେବେ ସାକ୍ଷାତ ହୋଇଥିଲେ ସେହିସମୟରେ ହିଁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା। ପରେ ପରେ ସେମାନଙ୍କ ଫୋନ୍ ନମ୍ବର ବିନିମୟ କରିଥିଲେ। ଥାନାରେ ଅଭିଯୋଗ ବେଳେ ଅଭିନେତ୍ରୀ କହିଥିଲେ ଯେ ଫିଟନେସ୍ ଟ୍ରେନର ତାଙ୍କ ସହ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ପଛଘୁଞ୍ଚା ହୋଇଗଲେ।

ଅଗଷ୍ଟ 2022 ରେ, ପୀଡିତା ଅଭିଯୁକ୍ତଙ୍କ ସହ ତାଙ୍କ କଫ୍ ପ୍ୟାରେଡରେ ଥିବା ଘରକୁ ଆସି ଲିଭ-ଇନ୍‌ରେ ରହିବାକୁ ଲାଗିଲେ। ପରେ ପୁଅ ବିବାହରୁ ଓହରି ଯାଇ ଅଭିନେତ୍ରୀଙ୍କୁ ଧମକ ଦେବା ଆରମ୍ଭ କଲା। ଅଭିଯୁକ୍ତ ଜଣକ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେଇଥିଲା। ଲିଭ-ଇନରେ ରହିବାର ଦୁଇ ମାସ ପରେ ପୀଡିତା ନିଜ ଘରକୁ ଫେରି ଆସିଥିଲେ।

ଅଭିନେତ୍ରୀ ଜଣଙ୍କ ଅନେକ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଫିଲ୍ମରେ ଅନେକ ଛୋଟ ଚରିତ୍ରରେ ଅଭିନୟ କରିଛନ୍ତି। 2016 ମସିହାରେ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ। ତେବେ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଆଇପିସିର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Leave A Reply

Your email address will not be published.