Latest Odisha News

BREAKING NEWS

ୱାକଫ୍ ବୋର୍ଡ ଅଧିନରେ ଗାଁ ଜମି ଓ ମନ୍ଦିର, ଗ୍ରାମବାସୀଙ୍କୁ ନାହିଁ ଖବର

ଚେନ୍ନାଇ: ତାମିଲନାଡୁର ଏକ ଗାଁ ତିରୁଚିରାପଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କ ଝିଅ ବିବାହ ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ। ଯେତେବେଳେ ସେ ଜମି ବିକ୍ରି ପାଇଁ ସମସ୍ତ ପ୍ରକ୍ରିୟା ସାରି କାର୍ଯ୍ୟାଳକୁ ପହଞ୍ଚିଲେ, ସେତେବେଳେ ସେ ଅତ୍ୟନ୍ତ ଚକିତ ହୋଇପଡିଲେ। ସେ ଜାଣିବାକୁ ପାଇଲେ ଯେ ତାଙ୍କ ଜମି ୱାକଫ୍ ବୋର୍ଡ ଅଧିନରେ ରହିଛି। ଏନେଇ ଅଧିକ ତଦନ୍ତ ହେବା ପରେ ଜଣାପଡିଲା ଯେ କେବଳ ତାଙ୍କ ଜମି ନୁହେଁ ବରଂ ଗ୍ରାମବାସୀଙ୍କ ସମସ୍ତ ଜମି ୱାକଫ୍ ବୋର୍ଡର ମାଲିକାନାରେ ରହିଛି। ଯେଉଁ ଘର ଏବଂ ଜମିରେ ଗ୍ରାମବାସୀ ଦଶନ୍ଧି ଧରି ରହିଆସୁଥିଲେ ତାହା ଏବେ ୱାକଫ୍ ବୋର୍ଡର ହୋଇଗଲା।

ଖବର ଅନୁଯାୟୀ, ଏନ ରାଜଗୋପାଲ ତିରୁଚିରାପଲ୍ଲୀ ଜିଲ୍ଲାର ଥିରୁଚେନ୍ଦୁରାଇ ଗ୍ରାମରେ ନିଜର ଚାଷ ଜମି ବିକିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ତାମିଲନାଡୁ ୱାକଫ୍ ବୋର୍ଡ ଅଧିନରେ ତାଙ୍କର 1.2 ଏକର ଜମି ଅଛି। ଯଦି ସେ ଏହାକୁ ବିକିବାକୁ ଚାହାଁନ୍ତି, ତେବେ ତାଙ୍କୁ ବୋର୍ଡରୁ ନୋ ଅବଜେକସନ ସାର୍ଟିଫିକେଟ୍ (NOC) ଆଣିବାକୁ ପଡିବ। ଅଧିକ ଅନୁସନ୍ଧାନ ପରେ ଜଣାପଡିଲା ଯେ ଥିରୁଚେନ୍ଦୁରାଇର ସମସ୍ତ ଗାଁ ୱାକଫ୍ ବୋର୍ଡର ଅଟେ। ଏହି ଗ୍ରାମଟି ଏକ ହିନ୍ଦୁ ପ୍ରାଧାନ୍ୟ ଅଞ୍ଚଳ। କିନ୍ତୁ ରାଜଗୋପାଲ କହିଛନ୍ତି ଯେ ଉଭୟ ସମ୍ପ୍ରଦାୟ ଏଠାରେ ଶାନ୍ତି ଏବଂ ଖୁସିରେ ବାସ କରନ୍ତି।

ସେପଟେ ରାଜଗୋପାଲଙ୍କ କହିବା କଥା ହେଲା ସେ 1996 ମସିହାରେ ଗାଁରେ ଏକ ଜମି କିଣିଥିଲେ। ସେହି ସମୟରେ ଏହା ୱାକଫ୍ ବୋର୍ଡର ଜମି ନଥିଲା। ଗ୍ରାମବାସୀ ଏସମ୍ପର୍କରେ ବୋର୍ଡ ସହ ଆଲୋଚନା କରିଥିଲେ ମଧ୍ୟ ବିବାଦ ପରେ ଆଲୋଚନା ବନ୍ଦ ହୋଇଯାଇଥିଲା। ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ଜମିର ସମସ୍ତ ଦଲିଲ ଅଛି କିନ୍ତୁ ଯେତେବେଳେ ସେ ଏହାକୁ ବିକ୍ରି କରିବାକୁ ଚାହୁଁଥିଲେ, ରେଜିଷ୍ଟ୍ରାର ତାଙ୍କୁ କହିଥିଲେ ଯେ ଏହା ୱାକଫ୍ ବୋର୍ଡର ଅଟେ ଏବଂ ଏହାକୁ ବିକ୍ରୟ କରିବାକୁ ହେଲେ ବୋର୍ଡରୁ ଅନୁମତି ଆଣିବାକୁ ପଡିବ।

ରାଜଗୋପାଲ ନିଜ ଝିଅର ବିବାହ ପାଇଁ ଜମି ବିକ୍ରି କରିବାକୁ ଚାହୁଁଛନ୍ତି। କିନ୍ତୁ ଖର୍ଚ୍ଚ ବହନ କରିପାରିବେ ନାହିଁ ବୋଲି ଝିଅର ବିବାହ ସ୍ଥଗିତ ରହିଛି। ନିଜ ଜମି ପରଅଧିନରେ ଥିବା କଥା ଜାଣି ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଥିରୁଚେନ୍ଦୁରାଇ ଗାଁଟି ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାର କାବେରୀ ନଦୀ କୂଳରେ ଅବସ୍ଥିତ। ଏହି ଗାଁରେ ଚନ୍ଦ୍ରଶେଖର ସ୍ୱାମୀଙ୍କର 1500 ବର୍ଷ ପୁରୁଣା ମନ୍ଦିର ଅଛି ଏବଂ ଏହି ମନ୍ଦିର 369 ଏକର ଜମିରେ ନିର୍ମିତ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ମନ୍ଦିରର ଏହି ଜମି ୱାକଫ ବୋର୍ଡ ସହିତ କିପରି ଜଡିତ ହୋଇପାରିବ?

Leave A Reply

Your email address will not be published.