Latest Odisha News

BREAKING NEWS

ଟେଲି ଅଭିନେତ୍ରୀଙ୍କର ଆତ୍ମହତ୍ୟା ଅଭିଯୋଗ

ହାଇଦ୍ରାବାଦ: ଜଣାଶୁଣା ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପାଲ୍ଲୀ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଶ୍ରାବଣୀଙ୍କ ମୃତଦେହ ମିଳିଥିଲା। ତେବେ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦସ୍ୟ  ଅଭିଯୋଗ କରିଛନ୍ତି।

ଏପରିକି ଦେବରାଜ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ହଇରାଣ କରିଥିବା ଜଣାଯାଇଛି, ଯାହାକୁ ଶ୍ରାବଣୀ ଟିକ୍ ଟିକରେ ଭେଟିଥିଲେ।

ଶ୍ରାବଣୀଙ୍କ ଭାଇ ଶିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦେବରାଜ ତାଙ୍କ ଭଉଣୀକୁ ଟଙ୍କା ପାଇଁ ହଇରାଣ କରୁଛନ୍ତି। ଏପରିକି ସେ କିଛି ଭିଡିଓ ଲିକ୍ କରିବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ବ୍ଲାକମେଲ କରୁଥିବାରୁ ମୋ ଭଉଣୀ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି ମୋତେ କହିଥିଲେ।

ତେବେ ପୋଲିସ ପୋଷ୍ଟମର୍ଟମ ପାଇଁ ଶ୍ରାବଣୀଙ୍କ ମୃତଦେହ ପଠାଇଥିବା ସୂଚନା ମିଳିଛି।

 

Comments are closed.