Latest Odisha News

BREAKING NEWS

ପୁଣି ଆରମ୍ଭ ହେବ DL ଓ LL ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ପୁଣି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା । ଏନେଇ ସମସ୍ତ ଆର୍‌ଟିଓକୁ ନିର୍ଦ୍ଦେଶ ଦିଆଯାଇ ଥିବାନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ DL, LL ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨ ରୁ ୩ ଦିନ ଭିତରେ ଆରମ୍ଭ ହେବ DL, LL ଆବେଦନ ପ୍ରକ୍ରିୟା । ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ୨୦ ଜଣଙ୍କ ପାଇଁ ଟେଷ୍ଟ ଡ୍ରାଇଭ୍ ବ୍ୟବସ୍ଥା ହେବ।

Leave A Reply

Your email address will not be published.