Latest Odisha News

ଭୁବନେଶ୍ୱର-କଟକରେ ହେବ ଲେନ୍ ଡ୍ରାଇଭିଂ !

ଭୁବନେଶ୍ୱର:ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଟକରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବ । ଯୋଜନା ଅନୁସାରେ ଏନଏଚର ଉଭୟ ପାଶ୍ୱର୍ରେ ୩ ଲେନ୍ ରାସ୍ତା ରହିବ । ଗାଡିର ବେଗ ଅନୁସାରେ ଲେନ୍ ଗୁଡିକୁ ବିଭକ୍ତ କରାଯିବ । ଗୋଟିଏ ଲେନରେ ୪୦ରୁ ୫୦ କିମି, ଦ୍ୱିତୀୟ ଲେନରେ ୬୦ରୁ ୭୦ କିମି, ଶେଷ ଲେନରେ ସର୍ବାଧିକ ୮୦ କିମି ବେଗରେ ଗାଡି ଯିବା ଆସିବା କରିବ । କୌଣସି ଗାଡି ଅନ୍ୟ ଗାଡିକୁ ଓଭର ଟେକ୍ କରିବ ନାହିଁ ।

୨୦୧୯ ମସିହାରେ ରଙ୍ଗ ଡ୍ରାଇଭିଂ କାରଣରୁ ରାଜ୍ୟରେ ଏକ ହଜାର ୪୦ଟି ଦୁର୍ଘଟଣା ଘଟିଥିଲା । ୪୪୫ ଜଣଙ୍କ ଜୀବନ ଯାଇଥିଲା । ବର୍ତମାନ କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ପ୍ରଚଳନ ଫଳରେ ଦୁର୍ଘଟଣା ହାର କମ୍ ହୋଇପାରିବ ବୋଲି ଚିନ୍ତା କରିଛନ୍ତି ସରକାର । ଲେନ୍ ଡ୍ରାଇଭିଂ ପ୍ରଚଳନ ପାଇଁ ୨୦୧୭ ମସିହା ନଭେମ୍ୱର ୩୦ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଅଂଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.