Latest Odisha News

BREAKING NEWS

୬ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ୬ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା । ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ରାଜ୍ୟର ସବୁଠୁ ଥଣ୍ଡା ସହର । ଫୁଲବାଣୀରେ ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ, ଟିଟଲାଗଡରେ ୧୪.୫ ଡ଼ିଗ୍ରୀ, ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝରରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁରରେ ୧୪.୯ ଡ଼ିଗ୍ରୀ ରହିଛି ତାପମାତ୍ରା । ଭୁବନେଶ୍ବରରେ ୧୮.୫ଡ଼ିଗ୍ରୀ ଏବଂ କଟକରେ ୧୮.୪ ଡ଼ିଗ୍ରୀ ରହିଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ ।

ଅନ୍ୟପଟେ ରାଜ୍ୟରେ ଶୀତ ବଢୁଥିବା ବେଳେ ଓଡ଼ିଶାକୁ ଲଘୁଚାପ ଭୟ ରହିଛି । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢିବ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତର ପରିମାଣ ବୃଦ୍ଧି ପାଇଛି ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.